SS Publication
SS Publication
June 9, 2025 at 06:27 PM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ ୬୩ #ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025 (ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ)     ଅନନ୍ୟାଙ୍କ ମୋବାଇଲରୁ ମେସେଜ ପାଇବାପରେ ଅରଣ୍ୟ ବାବୁ କହିଲେ , ଆରେ ମାନସ ଏବେ ଗାଡ଼ି ବାହାରକର । ଅନନ୍ୟା ବୋଧହୁଏ ଅସୁବିଧାରେ ପଡିଛନ୍ତି । କିନ୍ତୁ ମାନସ ବାବୁ କହିଲେ ଏତେ ବଡ ଦୁର୍ଘଟଣା ପରେ ତୁ କିପରି ଯିବୁ ଅରଣ୍ୟ । ମୁଁ ତୋର ସାଙ୍ଗ ପ୍ରଥମେ ଏବଂ ପରେ ତୋର କର୍ମଚାରୀ । ତାପରେ ଅନନ୍ୟା କେବଳ ତୋର ସ୍ତ୍ରୀ ନୁହେଁ , ସେ ମୋର ଭଉଣୀ , ମୋ ଭାଉଜ ଆଉ ବନ୍ଧୁ ପତ୍ନୀ । ଏମିତି ତିନି ତିନିଟା ସମ୍ପର୍କକୁ କିଏ କଣ ଅଣଦେଖା କରି ରହିପାରିବ । ମୁଁ ଯାଉଛି ସେଠାକୁ , ତୁ ଏବେ ଆରାମ କର। ତାପରେ ତାଙ୍କ ସହିତ ଡ୍ରାଇଭର ଅଛନ୍ତି। ଆମର ସବୁ ଷ୍ଟାଫ୍ ଗୁଡ଼ା ମାର୍ଶାଲ ଆର୍ଟ ଚମ୍ପିୟାନ, ତେବେ ଭୟ କଣ ପାଇଁ ଅରଣ୍ୟ ? ମାନସ ବାବୁଙ୍କ କଥା ଶୁଣିବା ପରେ ଅରଣ୍ୟ କହିଲେ ଶୁଣ ମାନସ। ଗାଡ଼ି ଶୀଘ୍ର ବlହାରକର ୱି ଆର ଗୋଇଙ୍ଗ। ଯଦି ପ୍ରକୃତରେ ଅନନ୍ୟା ଙ୍କ କିଛି ହେଇଯାଏ ତେବେ ତୋର ଏଇ ଉପଦେଶ କେଉଁଠି ରଖିବୁ ମାନସ । ଏବେ ସlଙ୍ଗରୁ ଶଳା ହେଲୁଣି ପ୍ରମୋସନ ହେଲା ଏବେ ଟିକେ ସିରିଏସ ହୁଅ । ଏଇ ସବୁ ଶଳା ଗୁଡାକ ଏମିତି ନାଁ ତାଙ୍କ ଭଉଣୀ ବି ଏମିତି ? ଓକେ, ଜିଯା ଶ୍ରୀ....! କଣ ଏଇଟା ଶୁଣିବାକୁ ଇଚ୍ଛା କରିଛୁ କି ମିଷ୍ଟର ହିଟଲର। ତୁ ଆଜି ମଧ୍ୟ ମୋ ପାଇଁ ସେହି ଅରଣ୍ୟ । ହେଇପାରୁ ତୁ ଜଣେ ବଡ଼ ସମ୍ଭ୍ରାନ୍ତ ପରିବାର ର ପୁତ୍ର । ହେଇପାରୁ ତୁ ଜଣେ ବଡ଼ ଗାଳ୍ପିକ । ହେଇପାରୁ ତୁ ଜଣେ ଦକ୍ଷ ଖୁପିଆ ଏଜେନ୍ସୀ ର ନାୟକ । ହେଇପାରୁ ତୁ ଅନନ୍ୟା ର ସ୍ବାମୀ କିନ୍ତୁ ମୋ ପାଇଁ ତୁ କେବଳ ଅରଣ୍ୟ ରାଏ ବାହାଦୁର। ହଁ ମନ୍ ରଖ ଅରଣ୍ୟ । ମୁଁ ଆଉ ଏଇ ବସ୍ ଆଉ ୱାର୍କର ଖେଳ ଖେଳି ପାରିବି ନାହିଁ କାରଣ ତୋର ଯେଉଁ ରାଣୀ ଲକ୍ଷ୍ମୀବାଇ ସ୍ତ୍ରୀ ନାଁ ... କୁହନି । ଭୁଲ ବଶତଃ ଯଦି ମୋ ପାଟିରୁ ଅରଣ୍ୟ ବାହାରି ପଡେ ତେବେ ସେ ଏମିତି ଚାହାଣୀ ରେ ଦେଖିଛି ଯେ ସତେ ଯେପରି ଗୋଟେ ଜଂଗଲୀ ବିଲ୍ଲି ମୋତେ ଅlମ୍ପୁଡ଼ି କାମୁଡି ଖାଇ ଯିବ । ଦେଖ ଭାଇ ଏଇ ଜଞ୍ଜଳରେ ମୋତେ ଆଉ ଟାଣି ଧରେ ନାହିଁ । ମାନସ ର କଟାକ୍ଷ କଥାରେ ଅରଣ୍ୟ ବାବୁ କହିଲେ ଦେଖ ମାନସ ତୋର ଯଦି ହସ ମଜ୍ଜlକ ସରିଲା ତେବେ ଆମେ ଯିବା ଅନନ୍ୟା ପାଖକୁ । ତୁ ତାର ମୋବାଇଲ ର ଲାଷ୍ଟ ଲୋକେସନ ଟ୍ରାକ କରି କୁହ । ଠିକ ଏହି ସମୟରେ ଅରଣ୍ୟ ଏବଂ ମାନସ ବାବୁଙ୍କ କଥା ସରିନାହିଁ କି ଗେଟ ଖୋଲିଗଲା ଏବଂ ଭିତରକୁ କଳା ରଙ୍ଗର ମର୍ଶରିଜ୍ ବେଞ୍ଜ ଡି ଆଇ ୩୫୦ ଗାଡ଼ି ଭିତରକୁ ପ୍ରବେଶ କରିଲା । ଗାଡ଼ିକୁ ଦେଖି ମାନସ କହିଲେ ଆରେ ଅନନ୍ୟା ଭାଉଜ । କଣ ହେଇଛି ତୁମର ? ମାନସ ବାବୁଙ୍କ ଧ୍ୟାନ ନାହିଁ ଯେ ଏଭଳି କହିବା ଦ୍ଵାରା ଅରଣ୍ୟ ବାବୁଙ୍କୁ କଷ୍ଟ ହେବ । କିନ୍ତୁ ସେ ତୁରନ୍ତ ଗାଡ଼ି ରୋକି ଧାଇଁଗଲେ କାର ପାଖକୁ ଏବଂ ଡ୍ରାଇଭର ଙ୍କୁ ପଚାରିଲେ କଣ ହେଇଚି ଅନନ୍ୟା ମାମଙ୍କର । ସେ ଏମିତି ଶୋଇଛନ୍ତି କଣ ପାଇଁ ? । ମାନସ ବାବୁଙ୍କ ପ୍ରଶ୍ନର ଉତ୍ତରରେ ଡ୍ରାଇଭର କହିଲେ ସାର ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ସବୁକିଛି ଠିକ୍ ଅଛି । କେବଳ ମାମ ତାଙ୍କ ସାଙ୍ଗମାନଙ୍କ ସହିତ ଟିକେ ଅଧିକ ଡ୍ରିଙ୍କ କରିଦେଲେ ତେଣୁ ଶୋଇଛନ୍ତି। ଅନନ୍ୟାଙ୍କୁ ଦେଖି ଅରଣ୍ୟ ଧୀରେ ଧୀରେ କlର ରୁ ଓହ୍ଲାଇ ମାନସ ବାବୁଙ୍କୁ କହିଲେ ମାନସ । ତୁ କେତେ କାମ କରିବୁ। ମୋତେ କିଛି କାମ କରିବାକୁ ଦିଏ ଭାଇ। ଏଇଟା ତୋର କାମ ନୁହେଁ । ଅନନ୍ୟାଙ୍କୁ ମୁଁ ଘରକୁ ନେଇ ଯାଉଛି କହି ସେ ଅନନ୍ୟାଙ୍କ ଦେହକୁ ହଲାଇ ଉଠାଇବାକୁ ଚେଷ୍ଟା କରିଲେ କିନ୍ତୁ କଣ ବା କରିବେ । ଦେହରେ ଅନେକ ସ୍ଥାନରେ ଷ୍ଟିଚ ଲାଗିଛି। କିନ୍ତୁ ଜୀବନ ଏବେ ମଧ୍ୟ ବାକି ଅଛି । କଥାରେ ଅଛି ବୀର ର ଜାତକେ ନାହିଁ ପଛ ଘୁଞ୍ଚl ଦେବା । ତେଣୁ ଅରଣ୍ୟ ତୁରନ୍ତ ମାନସ ବାବୁଙ୍କୁ କହିଲେ ଟିକେ ପାଣି ଆଣି ଦେ । କିନ୍ତୁ ଏହି କଥା ଜାଣିଥିଲେ ମାନସ ତେଣୁ ସେ ଗନ୍ଧର୍ବ କାକାଙ୍କୁ କହି ପାଣି ର ବନ୍ଦୋବସ୍ତ ଆଗରୁ କରିଥିଲେ । ଅରଣ୍ୟ ତୁରନ୍ତ ପାଣି ଛାଟି ନିଦରୁ ଉଠାଇଲେ ଅନନ୍ୟାଙ୍କୁ । ମନରେ କଷ୍ଟ ହେଉଛି କାରଣ ତାଙ୍କ ପ୍ରିୟତମା ଆଜି ବେହୋସ ଅଛନ୍ତି ଏବଂ ଅରଣ୍ୟ ତାଙ୍କୁ ନିଜ କୋଳରେ ଟେକି ନେଇ ଯିବାକୁ ଅସମର୍ଥ ତେଣୁ ଅରଣ୍ୟ ତାଙ୍କୁ ଉଠାଇ ତାଙ୍କର ଗୋଟେ ହାତ ନିଜ କାନ୍ଧରେ ରଖିଲେ ଏବଂ ନିଜର ଗୋଟେ ହାତ ତାଙ୍କ କାନ୍ଧରେ ରଖି ବେଡ଼ ରୁମ୍ ଆଡ଼କୁ ଚାଲିଲେ । ଅନନ୍ୟା ଏବଂ ଅରଣ୍ୟଙ୍କ ଏଭଳି ବଣ୍ଡିଂ ଦେଖି କେହି ମଧ୍ୟ ଭାବିବେ ଯେ ଆହା କେତେ ସୁନ୍ଦର ଏମାନଙ୍କ ଭଲପାଇବା । କିନ୍ତୁ ବାସ୍ତବରେ ଦୁହେଁ କେବଳ ଖେଳୁଛନ୍ତି କ୍ୟାୟାରିଂ କ୍ୟାୟlରିଂ। ଏହା କିପରି ପ୍ରେମ । ନୀତି ପ୍ରଭାତ ରେ ହିଟଲର ହେଇ ହୁକୁମ ଚଳାଇ ଥାଏ ତୁମେ ଯେ ଅରଣ୍ୟ , ସେ ତୁମ ଅନନ୍ୟା ପ୍ରେମ ନଦୀ ବହି ଯାଏ ।। ମାନସ ବାବୁଙ୍କ ମନରେ ଏମିତି କିଛି ଅନାବନା ଭାବନା ଆସିବା ବେଳେ , ଅନନ୍ୟା ବାଉଳି ଚାଉଳି ହେଇ କହିଲେ । ମୁଁ ପ୍ରତିଶୋଧ ନେବି । ହଁ ମୁଁ ପ୍ରତିଶୋଧ ନେବି ସେ ଅରଣ୍ୟଙ୍କ ଠାରୁ । କଣ ନିଜକୁ ଭାବୁଛନ୍ତି କି? କଣ ନାଁ ରାଏ ବାହାଦୁର ମେନ୍ସନ୍ ନିୟମ। ମୁଁ ତାଙ୍କର ସ୍ତ୍ରୀ ହେଇ ତାଙ୍କୁ ଦେଖା କରିପାରିବି ନାହିଁ ଆଉ ଜଣେ ସୁନ୍ଦରୀ ଯୁବତୀ ଆସି ତାଙ୍କର ଚେକ୍ ଅପ୍ କରିବ । ଇମ୍ପଶିବିଲ । ଇଟ୍ ଇଜ୍ ୱାଇଟ୍ ଇମ୍ପଶିବୁଲ । ସେ ଯୁବତୀ ନୁହେଁ ଜଣେ ମାଙ୍କଡି । କେଉଁ ସୁନ୍ଦରୀ ଟୋକି ଯେ ସେ ? କଥାରେ ଅଛି ଯୌବନେ ମର୍କଟ ସୁନ୍ଦରୀ । ସେ ସେହି ମର୍କଟ। ଭଲ କାମ ଛାଡିବା ମନ୍ଦ କାମ କରିବା ଅପେକ୍ଷା କମ୍ ନିନ୍ଦନୀୟ ନୁହେଁ କିନ୍ତୁ ଏଇ ଅରଣ୍ୟ ରାଏ ବାହାଦୁର ଙ୍କୁ ବୁଝାଇବ କିଏ ? ମିଷ୍ଟର ମନୋଷ୍ଟର _ ହିଟଲର। ମୁଁ ଯଦି ରିଭେଞ୍ଜ ନନେବି ତେବେ ମୁଁ ଅନନ୍ୟା ମାନସିଂହ ନୁହେଁ । ଅନନ୍ୟାଙ୍କ ସମସ୍ତ କଥା ଶୁଣି ଅରଣ୍ୟ ବାବୁଙ୍କ ମନରେ କ୍ରୋଧ ବଦଳରେ ଆସିଲା ହସ । ସେ ହସି ହସି ଅନନ୍ୟାଙ୍କୁ ନେଇ ବେଡ଼ ରୁମରେ ଶୁଆଇ ଦେଲେ । ଠିକ୍ ସେହି ସମୟରେ ମାନସ ବାବୁ କହିଲେ ଆଛା ଅରଣ୍ୟ ଏବେ ମୁଁ ଆସୁଛି । ତୁ ମଧ୍ୟ ଆରାମ କର ଆଉ ମୁଁ ଏବେ ବହୁତ ଥକି ଯାଇଛି ମୋତେ ମଧ୍ୟ ଆରାମ ଦରକାର । କିନ୍ତୁ ମାନସ ବାବୁଙ୍କ କଥାରେ ଅରଣ୍ୟ କହିଲେ ଆରେ ମାନସ ଟିକେ ରୁହ । ସେ ଇଣ୍ଡୋନେସିଆ କ୍ଲାଇଣ୍ଟ କାଲି ଆସିବେ । ପ୍ରୋଜେକ୍ଟ ଟା ରେଡ୍ଡୀ କରିବାକୁ ପଡ଼ିବ । ଟିକେ ପରେ ଆରାମ କରିବୁ । ଅରଣ୍ୟ ବାବୁଙ୍କ କଥା ଶୁଣିବାପରେ ମାନସ ବାବୁ କହିଲେ ଠିକ୍ ଅଛି କର୍ମବୀର। ସେଥିପାଇଁ ତୋ ନାଆଁ ସେ ଅନନ୍ୟା ଭାଉଜ ଦେଇଛନ୍ତି ହିଟଲର ଏବଂ ହିଟଲରଙ୍କୁ ନାଁ କାହା ସହିତ ପ୍ରେମ ହେଇଛି ନାଁ କେବେ ହେବ । ସତରେ ତୁ ଗୋଟେ ପଥର । ତୋର ହୃଦୟ ବୋଲି କିଛି ନାହିଁ । ହଁ ଏଇ ହେଇଚି ତୋ ଆଉ ମୋ ମଧ୍ୟରେ ପାର୍ଥକ୍ୟ ମାନସ । ମୂଲ୍ୟବୋଧ ହେଉଛି ନୀତି ଏବଂ ଧାରଣା ଯାହା ଜୀବନର ସାଧାରଣ ଅନୁଭବକୁ ଅର୍ଥପୂର୍ଣ୍ଣ କରିଥାଏ। ଏକ ଅର୍ଥପୂର୍ଣ୍ଣ ଜୀବନ ଯାହା ଶେଷରେ ଖୁସି ଏବଂ ଗର୍ବ ଆଣିଥାଏ, ସେଥିପାଇଁ ଆପଣଙ୍କୁ ପ୍ରଲୋଭନ ଏବଂ ଚ୍ୟାଲେଞ୍ଜଗୁଡ଼ିକୁ ସମ୍ମାନ, ମର୍ଯ୍ୟାଦା ଏବଂ ସାହସ ସହିତ ପ୍ରତିକ୍ରିୟା କରିବାକୁ ପଡିବ। ମାନସ ବାବୁ ଏବଂ ଅରଣ୍ୟ କଥା ହେଉଥିବା ସମୟରେ ଅନନ୍ୟାଙ୍କ ନିଦ ଭାଙ୍ଗି ଯାଇଛି ଏବଂ ସେ କେବଳ ନିଶାରେ ମାନସ ବାବୁଙ୍କୁ ଦେଖି କହୁଛନ୍ତି କୁହ ମାନସ । ଅରଣ୍ୟ ବାବୁ କେଉଁଠି ମିଳିବେ । ମୁଁ ତାଙ୍କୁ ପଚାରିବି ଯେ ମୁଁ ସ୍ତ୍ରୀ ନାଁ ସେ ଡାକ୍ତର ଟୋକି ତାଙ୍କ ସ୍ତ୍ରୀ । ସେ ଯଦି ତାଙ୍କ ପାଖକୁ ଯାଇପlରିଲା ତେବେ ମୁଁ କଣ ପାଇଁ ଯାଇ ପାରିଲି ନାହି ? ମୁଁ ତାଙ୍କର ସ୍ତ୍ରୀ ନାଁ ଜଣେ କଣ୍ଟାକ୍ଟ ୱlର୍କର...! I will definitely take revenge on him. କ୍ରମଶଃ... ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।

Comments