
SS Publication
June 10, 2025 at 08:58 AM
ନୀଳ ଲଫାପା
***********
ନୂଆ ବର୍ଷର ନୂଆ ସକାଳରେ ଶତରୁପା ପାଇଁ ଥିଲା ଏକ ଉପହାର। କଲିଙ୍ଗ ବେଲ ଶବ୍ଦରେ କବାଟ ଖୋଲୁ ଖୋଲୁ ସୁନ୍ଦର ପୁଷ୍ପ ଗୁଚ୍ଛ ସହ ସ୍ବାଗତ କରୁଥିଲା ନୂଆ ସକାଳର ପହିଲି କିରଣକୁ। କୋରିୟର କି ଡାକ ଯୋଗେ ତ ଆସିନି ! ଦରଜା ପାଖରେ ରଖି କଲିଙ୍ଗ ବେଲ ମାରି ରଖି ଦେଇ ଚାଲି ଯାଇଛି। ହଠାତ୍ ଫୁଲ ତୋଡା କୁ ନ ଉଠାଇ କିଛି ସମୟ ଏପଟ ସେପଟ କରି ଚାହିଁ ରହିଲା। ଠିକ୍ ଏତିକି ବେଳେ ବାପା ଙ୍କ କଲ ଆସିବାରୁ ଫୋନ୍ ଉଠାଇବା ପାଇଁ ଚାଲିଗଲା ଶତରୁପା। ସେହି ଦରଜା ପାଖରେ ପଡି ରହିଲା ଫୁଲ ଗୁଚ୍ଛ।
ଶତରୂପା ଏହି କିଛିଦିନ ବି. ଇ.ଡି ଟ୍ରେନିଙ୍ଗ ଶେଷ କରି କଳାହାଣ୍ଡି ଜିଲ୍ଲାର ଏକ ସରକାରୀ ସ୍କୁଲ ରେ ପୋଷ୍ଟିଂ ହେଇଛି। ନୂଆ ଜାଗା ନୂଆ ସହକର୍ମୀ ଏ ପଯ୍ୟନ୍ତ ତାର ପରିଚିତ ହେଇ ନାହାନ୍ତି। ନିଜ ଘର ଠାରୁ ଏତେ ଦୂର ରେ କିଏ ଅବା ଚିଂହିଛି।
ତେଣୁ ସେଇ ପୁଷ୍ପ ଗୁଚ୍ଛ ସେମିତି ରହସ୍ୟ ହେଇ ରହିଗଲା ତା କ୍ୱାଟର ଦରଜା ପାଖରେ। କାହାକୁ ଏ ବିଷୟରେ ଜଣାଇ ବି ପାରିନି। କିଛି ଦିନ ପରେ ଆସିଲା ଏକ ଚିଠି। ନୀଳ ରଙ୍ଗର ମହକିତ ପ୍ରେମର ସମ୍ଭାର। ଠିକଣା ରେ ନାଁଟା ଥିଲା "ପ୍ରିୟତମା "ଓ କ୍ୱାଟରର ଠିକଣା ହିଁ ଥିଲା। ଚିଠି ଖୋଲି ଦେଖ ତ ପ୍ରେରକ ର ନାଁ କି ଠିକଣା କିଛି ନାହିଁ। ଯଦି କୋରିୟର କି ରେଜିଷ୍ଟ୍ରି ହେଇଥାନ୍ତା ସେ ଜାଣି ପାରନ୍ତା କିଏ ସେ ପ୍ରେରକ। ପୁଣି ଏକ ପ୍ରଶ୍ନବାଚି ହୋଇ ଲଟକି ରହିଲା ତା ମୁହଁ ରେ। ସେ ଦିନର ପୁଷ୍ପ ଗୁଚ୍ଛଆଜି ନୀଳ ଲଫାପା ର ଚିଠି ଏ ସବୁ ସେ କାହାକୁ ପଚାରିବ ? ତଥାପି ଏକ ଭିନ୍ନ ଆଲୋଡନ ଢେଉ ଭାଙ୍ଗୁ ଥିଲା ତା ମନରେ। ସ୍କୁଲ, କଲେଜ, ଟ୍ରେନିଂ ଏତେ କଥା ସରିଗଲା ପରେ ସେ କାହାର ପ୍ରିୟତମା ହେଇ ପାରି ନ ଥିଲା। ସାଙ୍ଗ ସାଥି କେତେ ଚିଡାଉ ଥିଲେ ତାକୁ ଏବେ ମଧ୍ୟ ତାର ସବୁ ମନେ ଅଛି। କ୍ଷଣିକ ପାଇଁ ସେ ଏ ପୃଥିବୀ ବଳୟ ରୁ ଅନ୍ୟତ୍ର ଚାଲି ଗଲା।
ମନେ ପଡୁ ଥିଲା ତାର ବିଗତ ବର୍ଷର ଘଟଣା ସବୁ। ସେ ଯାଇ ଠିଆ ହେଲା ଦର୍ପଣ ସାମନାରେ ନିଜ ରୂପ କୁ ନିରେଖି ଦେଖିଲା। ଚେହେରା ତାର ଡେଙ୍ଗା କାଠି ଭଳି ଶ୍ୟାମଳୀ ରଙ୍ଗର। ମୁଣ୍ଡରେ କୁଞ୍ଚୁ କୁଞ୍ଚିଆ ଚୁଟି ଏମିତି ଅସୁନ୍ଦର ଥିଲା ଶତରୂପା। ସେଥି ପାଇଁ ସେ କାହା ସାଙ୍ଗରେ ମିସେନି ଘର ବାହାରେ କଟାକ୍ଷ ଶୁଣି ବାକୁ ପଡେ। କିନ୍ତୁ ସେ ପାଠ ପଢା ରେ ଖୁବ୍ ଭଲ ଛାତ୍ରୀ ଥିଲା। ବାପା ସବୁବେଳେ ସପଟ୍ କରନ୍ତି କହନ୍ତି ତୁ ପାଠ ପଢି ଚାକିରି ଖଣ୍ଡେ କର ତୋର ଭବିଷ୍ୟତ ଉଜ୍ଜଳ ହେବ। ବାପା ଙ୍କର ଏଇ କଥାରେ ସେ ସମସ୍ତ ଙ୍କ କଟାକ୍ଷ କୁ ଭୁଲି ଆଗକୁ ବଢେ।
ଏମିତି ବି ଦିନ ଥିଲା ତାକୁ ଯେ କେହି ପସନ୍ଦ କରୁଥିଲା। ପୁରୁଣା ଖାତାର ପୃଷ୍ଠା ଗୁଡ଼ିକ ପୁଣି ଓଲଟାଇ ଦେଲା ଶତରୂପା , ତାର ଠିକ୍ ମନେ ଅଛି ଟ୍ରେନିଙ୍ଗ ପିରିୟଡ଼ ରେ ଟ୍ରେନିଙ୍ଗ ଦେଉଥିବା ସାର ମଳୟ ସାର ଅମାୟିକ ଭଦ୍ର ବ୍ୟକ୍ତିତ୍ଵ ଆକର୍ଷଣୀୟ ଚେହେରା ତାଙ୍କର। ଦିନେ କଲେଜ କ୍ୟାମ୍ପସ ଭିତର ଚାଲି ଚାଲି ଆସୁଥିବା ବେଳେ ପଛରୁ ଡାକ ଶୁଭିଲା ରୂପା ସେ ହଠାତ୍ ବୁଲି ପଡ଼ି ସେ ପଛକୁ ଚାହିଁଲା ବେଳକୁ ମଳୟ ସାର ! ସେଇ ଦିନରୁ ପରସ୍ପର ଭିତର ପ୍ରଥମ ପରିଚୟ। ତାପରେ ଟ୍ରେନିଙ୍ଗ ପାଠ ପଢା ବିଷୟରେ କିଛି ଆଲୋଚନା ହୁଏ। ପ୍ରାୟ ସବୁ ଦିନ ଦୁହେଁ ଛୁଟି ହେଲେ ପରସ୍ପର ଗପସପ ହେଇ ଘରକୁ ଫେରନ୍ତି। ଦିନେ ଟ୍ରେନିଙ୍ଗ କ୍ଲାସ ସାରି ରୂପା ବାହାରକୁ ବାହାରିଲା ବେଳେ ମଳୟ ସାର କହିଲେ ରୂପା ମୋତେ ଟିକେ ଅପେକ୍ଷା କର ମୁଁ ଟିକେ ପରେ ଆସୁଛି। ରୂପା ସାର ଙ୍କ କଥା ରେ ଅପେକ୍ଷା କରି ରହିଲା, ସତ କୁ ସତ ମଳୟ ସାର ଆସିଲେ ଦୁହେଁ କିଛି ସମୟ ଚୁପ୍ ଚାପ୍ ଚାଲିଲେ। ତାପରେ ମଳୟ ସାର ମୁଁହ ଖୋଲିଲେ କହିଲେ ରୂପା ମୁଁ ତୁମକୁ ଗୋଟେ କଥା କହିବି ମୋ କଥା ରଖିବ ପ୍ରମିସ୍ କର, ରୂପା ଆଶ୍ଚର୍ଯ୍ୟ ହୋଇ ଗଲା ସାର କଣ କହିବେ ? ଏମିତି ଭାବୁ ଭାବୁ ସେ ଆସ୍ତେ କରି କହିଲା ସାର କୁହନ୍ତୁ ମଳୟ ଆରମ୍ଭ କଲେ ତମେ ମୋତେ ଆଜି ଠୁ ସାର କହିବନି ରୂପା ମୋତେ ମଳୟ ବୋଲି ଡାକିବ.. ରୂପା ହଠାତ୍ ଏମିତି ଗୋଟେ କଥା ପାଇଁ ପ୍ରସ୍ତୁତ ନ ଥିଲା ହଡବଡେଇ ଗଲା ତାର ଉତ୍ତର କୁ ଅପେକ୍ଷା ନ କରି ମଳୟ ଆରମ୍ଭ କଲେ ମୁଁ ତୁମକୁ ତୁମର ଟ୍ରେନିଙ୍ଗ ପରେ ବିବାହ କରିବାକୁ ଚାହୁଁଛି ତୁମେ ଏ ପ୍ରସ୍ତାବ ରେ ରାଜି ତ ? ରୂପା ହତବାକ୍ ହେଇ ଛିଡ଼ା ହେଇଗଲା। ମଳୟ ପ୍ରଶ୍ନ କଲେ କଣ ହେଲା... ରୂପା କିଛି କହିବା ଆଗରୁ ମଳୟ ରୂପା ପାଟି ରେ ହାତ ଦେଇ ଚୁପ୍ କରେଇ ଦେଲେ। ତା ପରେ ନିରବତା ଭିତର ରୂପା ଘରକୁ ଆସିଲା।
ଏମିତି ଦିନ ପରେ ଦିନ ଗଡ଼ି ଚାଲିଲା। ଶତରୂପା ର ନିରବତା ହିଁ ମଳୟ ସାର ଙ୍କ ପ୍ରସ୍ତାବରେ ସମ୍ମତି ଜଣାଉ ଥିଲା। ଦୁହିଁଙ୍କ ଭିତର ଭଲ ପାଇବା ଗଢି ଉଠିଲା। ଦିନେ ହଠାତ୍ ଶତରୂପା ସମ୍ମତି ନେଇ ମଳୟ ତାଂକ ଘରେ ବିବାହ ପାଇଁ ପ୍ରସ୍ତାବ ରଖିଲା। ଘରେ ସମସ୍ତେ ରାଜି ହେଇ ଝିଅ ଦେଖିବାକୁ ବାହାରିଲେ। ଯେତେ ବେଳେ ସମସ୍ତେ ଶତରୂପା କୁ ଦେଖି ଦେଲେ ସମସ୍ତ ଙ୍କ ମୁହଁରେ ଅନିଚ୍ଛା ଭାବ ସ୍ପଷ୍ଟ ବାରି ହେଇଗଲା। ମଳୟ ଏ କଥା ଜାଣି ପାରୁଥିଲା। ମଳୟର ମାଆ କହିଲେ ମୋର ଏତେ ସୁନ୍ଦର ପୁଅ କୁ ପାତଳୀ ଶ୍ୟାମଳୀ ଝିଅ ମୁଁ ପସନ୍ଦ କରୁନି। ବାପା ବି ମାଆ ଙ୍କ କଥା ରେ ଏକମତ ଥିଲେ। ମଳୟ ଶତରୂପା ର ଗୁଣ ପାଠ ପଢା ବିଷୟରେ ଯେତେ କହିଲେ ବି ଜେହି ରାଜି ହେଲେନି। ଏ କଥା ଶତରୂପା ର କାନରେ ପଡ଼ିଲା। ସେହି ଦିନ ଠୁ ସେ ମଳୟ କୁ ଏଭଏଡ୍ କରି ରହିଲା।
ମଳୟ ଯେତେ ଚେଷ୍ଠା କଲେ ଶତରୂପା କୁ ଦେଖା କରିବା ପାଇଁ ସେ ସେ ସୁଯୋଗ ଆଉ ଯୁଟିଲାନି। ଶେଷରେ ସେ ଟ୍ରେନିଙ୍ଗ ଚାକିରି ପାଇଁ ବ୍ୟସ୍ତ ରହିଲା। ୟା ଭିତରେ ଦୀର୍ଘ ଦଶ ବର୍ଷ ବିତିଗଲାଣି....
ଆଜି ତାର ସବୁ ଗୋଟି ଗୋଟି ଘଟଣା ମନେ ପଡିଯାଉଛି। ଝରକା ପାଖରେ ବସି ଆକାଶ ରେ ଜହ୍ନ କୁ ଚାହିଁଛି। ମୁଁ ଏକା ଆକାଶ ରେ ଜହ୍ନ ବି ଏକା...
ନୀଳ ଲଫାପା ଚିଠି ଟି ଧରି ଝରକା ପାଖରୁ ଉଠି ସେ ଆସ୍ତେ ଆସ୍ତେ ଶୁଖି ଯାଇଥିବା ଫୁଲ ତୋଡା ଆଡ଼କୁ ଗଲା ଫୁଲ ତୋଡା ଟି ସୁଖୀ ଆସୁଥିଲା ତାକୁ ହାତରେ ଧରି ଏପଟ ସେପଟ କରି ଦେଖିଲ ବେଳ କୁ ନୀଳ ଲଫାପା ର ଚିଠି ଟି ପାଇଲା ଆଶ୍ଚର୍ଯ୍ୟ ହେଇଗଲା। ଆଜି ପାଇଥିବା ଚିଠି ଟି ଯେମିତି ସେ ନୀଳ ଚିଠି ଟି ବି ସେମିତି ଅବିକଳ।
ଉତ୍କଣ୍ଠାର ସହ ନୀଳ ଲଫାପା ଚିଠି ଟି ଖୋଲି ଆଗ ଚିଠିର ଶେଷ ଆଡ଼କୁ ଆଖି ବୁଲେଇ ଆଣି ଲେଖା ଅଛି ତୁମର ମଳୟ ଏକା ନିଶ୍ଵାସ ରେ ଚିଠି ଟି ପଢି ଜାଣି ପାରିଲା ଯେ ମଳୟ ଏହି ସହର ରେ ରହୁଛି। ଲେଖା ରୁ ଜାଣି ପାରିଲା ଯେ ମଳୟ ତାକୁ ଦେଖା କରିବା ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ କୁ ଡାକିଛି। ବହୁତ୍ ଭାବି ଚିନ୍ତି ସେ ତାପର ଦିନ ନିର୍ଦ୍ଧିଷ୍ଟ ଜାଗାକୁ ବାହାରିଲା ଶତରୂପା। ମଳୟ କୁ ହଠାତ୍ ଆଖି ସାମ୍ନା ରେ ଦେଖି ଆନନ୍ଦିତ ତ ହେଲା କିନ୍ତୁ ଅନେକ ପ୍ରଶ୍ନ ତା ମନ ଭିତର ଉଙ୍କି ମାରିଲା। ମଳୟ କଣ ଆଜି ପଯ୍ୟନ୍ତ ବିବାହ କରିନାହାନ୍ତି ! ଉଭୟେ କିଛି କଥା ବାର୍ତ୍ତା ହେଇ ବିଦାୟ ନେବା ପୂର୍ବରୁ ମଳୟ ପୁଣି ନୀଳ ଲଫାପା ଚିଠି ବଢେଇ ଦେଇ କହିଲେ ସବୁ କଥାର ପ୍ରଶ୍ନ ଏଇ ଚିଠି ଭିତର ଅଛି ପଢ଼ିବ। ଶତରୂପା ଘରକୁ ଫେରି ଆଗ ଚିଠି ଟି ଖୋଲି ପଢ଼ି ଜାଣିଲା ଯେ ମଳୟ ଆଜି ପଯ୍ୟନ୍ତ ବିବାହ ନକରି ତାକୁ ହିଁ ଅପେକ୍ଷା କରି ରହିଛି.... ଶତରୂପା କିଛି କ୍ଷଣ ଅନ୍ୟମନସ୍କ ହେଇ ଭାବି ଆକାଶ କୁ ଚାହିଁଲା କଳା ବାଦଲ ଉହାଡୁ ଜହ୍ନ ଆଉ ତାକୁ ଉଦାସ ଦେଖା ଯାଉନି ବରଂ ତାକୁ ଦେଖି ମୁରୁକି ହସୁଛି...
ସୁନିତା ପତ୍ରି, କଟକ, ଧବଳେଶ୍ଵର