SS Publication
SS Publication
June 11, 2025 at 06:29 PM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ୬୪ #ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025 (ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ)     ଅନନ୍ୟା ମଦୀରା ନିଶା ରେ ସଂପୂର୍ଣ୍ଣ ଡୁବି , ମନ୍ ପବନରେ ଘୁରି କହୁଛନ୍ତି ଅରଣ୍ୟ । ମୁଁ ତୁମ ଠାରୁ ବଦଲା ନେବି । ପ୍ରତିଶୋଧ ନେବି ମୁଁ ଅରଣ୍ୟ କାରଣ ମୁଁ ତୁମର ସ୍ତ୍ରୀ ହେଇ ମଧ୍ୟ ମୋ ଅପେକ୍ଷା ଖୁବ କମ ଲୋକ ବୋଧେ ତୁମକୁ ଜାଣି ନଥିବେ । ଯାହା ମୁହଁରେ ଶୁଣିବା ସେ ଖାଲି କହୁଛନ୍ତି ମାମ , ଅରଣ୍ୟ ସାର୍ ରାଗିବେ । ଅରଣ୍ୟ ସାର ଵିଯି ଅଛନ୍ତି ଅରଣ୍ୟ ସାର ପ୍ରୋଟକଲ ରେ । ଡ଼ାମ୍ ଇୟୋର ଅରଣ୍ୟ ସାର । ମୁଁ ତେବେ କିଏ ଏଇ ଘର ର । ମୁଁ ତୁମ ସ୍ତ୍ରୀ ନାn ତୁମ କେୟାର ଟେକର।ତେଣୁ ତୁମ ପାଇଁ ମୋର ପ୍ରତିଶୋଧ ହେଲା ଆଜି ମୁଁ ତୁମକୁ ମାଉଥ କିଶିଂ ଶିଖାଇବି । ଆସ ଅରଣ୍ୟ , ମୋ ପାଖକୁ ଆସ ।    ଅନନ୍ୟା ଙ୍କ ଏଭଳି ବ୍ୟବହାର ରେ ଅରଣ୍ୟ ବାବୁ ସଂପୂର୍ଣ୍ଣ ଚିଡି ଚିଡ଼ା ହେଇ ଗନ୍ଧର୍ବ କାକାଙ୍କୁ ବଡ଼ ପାଟିରେ ଡାକି କହିଲେ କିଏ ଜଣେ ଅନନ୍ୟାଙ୍କ ପାଇଁ ଲେମ୍ବୁ ସର୍ବତ କରି ଆଣ। କେଜାଣି କେତେ ଆଜି ସେ ପିଇଛନ୍ତି ସବୁ ଜହର ଆଜି ଗାଳିବେ । କିନ୍ତୁ ଏବେ ମଧ୍ୟ ଅନନ୍ୟାଙ୍କ ଚିନ୍ତା ଅରଣ୍ୟ ବାବୁଙ୍କୁ ଘାଣ୍ଟି ଦେଉଛି।     ଏହା ମଧ୍ୟରେ ଗନ୍ଧର୍ବ କାକା ଲେମ୍ବୁ ସର୍ବତ ଆଣି ଆସିଲେ ଏବଂ ଅନନ୍ୟାଙ୍କୁ ପିଇବାକୁ ଦେଲେ କିନ୍ତୁ ସେ ତାକୁ ଛୁଇଁବା ବଦଳରେ ଥୁ... ଥୁ କରି କହିଲେ ନାଁ ଅରଣ୍ୟ ମୁଁ ଏହାକୁ ପିଇବି ନାହିଁ । ତୁମେ କଣ ଭାବୁଛ ମୋତେ ମଦ ନିଶା ହେଇଛି । ବିଲ୍କୁଲ ନୁହେଁ । ମୁଁ ସଂପୂର୍ଣ୍ଣ ଠିକ ଅଛି । ହଁ ତୁମେ ମୋ ସର୍ତ୍ତ ମାନିବ ଯଦି ମୁଁ ତୁମ କଥାରେ ଏହି ଲେମ୍ବୁ ପାଣି ପିଇବି କିନ୍ତୁ। ପଛରେ ମୋତେ ଦୋଷ ଦେବନାହିଁ ।     ରାତି ଦୁଇଟା ବାଜିଲାଣି । ଅନନ୍ୟା ଲେମ୍ବୁ ପାଣି ପିଇବାର ପ୍ରାୟ ତିନି ଘଣ୍ଟା ବିତି ଗଲାଣି। କିନ୍ତୁ ଅନନ୍ୟା ଲେମ୍ବୁ ପାଣି ପିଇବା ପରେ ମଧ୍ୟ ତାଙ୍କ ଉପରେ ତାର କିଛି ପ୍ରଭାବ ପଡ଼ୁନାହିଁ । ସେ ସେମିତି ଭଡ ଭଡ ହେଉଛନ୍ତି । ଅରଣ୍ୟ ବିରକ୍ତ ହେଇ ଡାକ୍ତର ମିସ୍ ପ୍ରିୟା ମାଲହୋତ୍ରା ଙ୍କୁ କଲ କରି ଘରକୁ ଡାକିଲେ ।   ଅରଣ୍ୟ ବାବୁ, ଯେମିତି ଅନନ୍ୟାଙ୍କ କଥା ନଶୁଣି ଚୁପ ରହିଲେ ଠିକ୍ ସେହି ସମୟରେ ଅନନ୍ୟା ତାଙ୍କ କାନ୍ଧରେ ନିଜ ବାହୁ ଛନ୍ଦି କହିଲେ ଆସ ଅରଣ୍ୟ । ପ୍ଲିଜ ଆସ ନା ମିଷ୍ଟର ଅରଣ୍ୟ ଆଣ୍ଡ ମେକ୍ ମି ଟ୍ରିଟ ଏ ରୋମାନ୍ସ । ପ୍ଲିଜ ହଗ୍ ମୀ ମିଷ୍ଟର " ହିଟଲର" । ଆଇ ଲଭ ୟୁ " ହିଟଲର" ।    ଅନନ୍ୟାଙ୍କ ଏଭଳି ବ୍ୟବହାର ଦେଖି ଅରଣ୍ୟ ବାବୁଙ୍କ ଚିନ୍ତା ବଢ଼ିବାକୁ ଲାଗିଲା । ସେ ପୁନଃ କଲ କନେକ୍ଟ କରିଲେ ଡାକ୍ତର ମିସ୍ ପ୍ରିୟା ମାଲହୋତ୍ରାଙ୍କୁ । ମିସ୍ ମାଲହୋତ୍ରା ଫୋନ ଉଠାଇ କହିଲେ ଆସୁଛି ସାର । ଆପଣ ବ୍ୟସ୍ତ ହୁଅନ୍ତୁ ନାହି । ମୁଁ ମୋ ସହିତ ଲ୍ୟାବ ଆସିଷ୍ଟାଣ୍ଟ ମିସ୍ ମଧୁଙ୍କୁ ନେଇ ଆସିଛି । କିଛି ସlମ୍ପଲ ବ୍ଲଡ଼ ନେବା ପରେ ଜଣାପଡ଼ିବ ଯେ ତାଙ୍କ ଦେହରେ କେବଳ ମଦ ନିଶା ଅଛି କି ଅନ୍ୟ କିଛି ଅଛି ।   ଡାକ୍ତର ମିସ୍ ମାଲୋହୋତ୍ରାଙ୍କ କଥା ଶୁଣିବା ପରେ ଅରଣ୍ୟ ବାବୁ ଅନନ୍ୟାଙ୍କୁ କହିଲେ ଦେଖ ଅନନ୍ୟା ମୁଁ ଏବେ ଅସୁସ୍ଥ ଅଛି ଏବଂ ତୁମେ ମଧ୍ୟ ନିଶାରେ ଅଛ । ଏବେ ତୁମକୁ ଆରାମ ଦରକାର ଏବଂ ମୋତେ ମଧ୍ୟ କିନ୍ତୁ ଅନନ୍ୟା ସେହି ଗୋଟିଏ କଥା ଜିଦି ଧରି କହିଛନ୍ତି ଯେ ଆସ ନା ମିଷ୍ଟର ଅରଣ୍ୟ ଆଣ୍ଡ ମେକ୍ ମି ଟ୍ରିଟ ଏ ରୋମାନ୍ସ । ମୋର ଆଜି ମୁଡ ହେଉଛି ଆଉ ଜଣେ ପୁରୁଷର କର୍ତ୍ତବ୍ୟ ଯେ ସେ ତାର ସ୍ତ୍ରୀ ର ସବୁ ଖୁସି ପ୍ରତି ଧ୍ୟାନ ଦେବା ଆବଶ୍ୟକ ।     ଅନନ୍ୟାଙ୍କ ଶରୀର ରେ ଲାଗିଛି ଯୌବନର ନିଆଁ। ସେହି ନିଆଁ ଆଜି ଏତେ ପ୍ରବଳତ୍ତର ଯେ ତାକୁ ସହ୍ୟ କରିବା ସମ୍ଭବ ନୁହେଁ । କିନ୍ତୁ ଏଭଳି ଅବସ୍ଥାରେ ଜଣେ ପୁରୁଷ ତାର ସ୍ତ୍ରୀ ସହିତ କିପରି କରିବ ସହବାସ । ଅରଣ୍ୟ ଙ୍କ ମୁଣ୍ଡ ଘୁରେଇ ହେଇ ଯାଉଛି । ସେ ଅନେକ କଥା ଭାବି ସାରିଲେଣି । କିନ୍ତୁ ସେ ଅପେକ୍ଷା କରିଛନ୍ତି ଡାକ୍ତର ମିସ୍ ମାଲୋହୋତ୍ରାଙ୍କ ଆସିବା ବାଟକୁ ।    ଡାକ୍ତର ଆସିବା କୁ କିଛି ସମୟ ଅଛି କି ଅନନ୍ୟା ଯାଇ ପୁଣି ଅରଣ୍ୟଙ୍କୁ ହଗ୍ କରି କିସ କରୁଛନ୍ତି କି ଠିକ୍ ସେହି ସମୟରେ ଡାକ୍ତର ମିସ୍ ମାଲୋହୋତ୍ରା ଖାଣ୍ଡି କାଶ ମାରି କହିଲେ ଅରଣ୍ୟ ସାର ମୁଁ ଏବେ ଆସି ଯାଇଛି ।   ଡାକ୍ତର ମିସ୍ ମାଲୋହୋତ୍ରାଙ୍କ କଥା ଶୁଣିବା ପରେ ଅରଣ୍ୟ ବାବୁ ଅନନ୍ୟାଙ୍କୁ ନିଜ ପାଖରୁ ଆଡ଼େଇ ଦେଇ କହିଲେ ଧନ୍ୟବାଦ ଡାକ୍ତର ମିସ୍ ମାଲୋହୋତ୍ରା । ଏଇ ଦେଖନ୍ତୁ ଅନନ୍ୟାଙ୍କୁ । ବୋଧହୁଏ ସେ ପ୍ରଥମଥର ପାଇଁ ଡ୍ରିଙ୍କ କରିଛନ୍ତି କିନ୍ତୁ ଆପଣ ତାଙ୍କର ଏହି ନିଶା ଛାଡ଼ିବା ପାଇଁ କିଛି ଆଣ୍ଟୀ ଡ଼ଟ୍ ଦିଅନ୍ତୁ ଏବଂ ବ୍ଲଡ଼ ସlମ୍ପଲ ନେଇ ତୁରନ୍ତ ଯାଞ୍ଚ କରନ୍ତୁ । ସକାଳ ଛ ଟା ବାଜିଗଲାଣି । ହଲ କାନ୍ଥରେ ଲାଗିଥିବା ପେଣ୍ଡୁଲାମ ବାଲା କାନ୍ଥ ଘଣ୍ଟା ଟନ୍  ଟନ୍ ହେଇ ଛଅ ଥର ବାଜି ଉଠିଲା । ଏବଂ ଘଣ୍ଟା କଣ୍ଟା ରେ ଛ'ଟା ବାଜି ପାଞ୍ଚ ମିନିଟ୍ ରେ ଡାକ୍ତର ମିସ୍ ମାଲହୋତ୍ରl ରିପୋର୍ଟ ହାତରେ ଧରି କହିଲେ ସାର ଏହି ମଦ ସହିତ ତାଙ୍କ ଦେହରେ ସେକ୍ସ ବଢ଼ାଇବା ପାଇଁ କିଛି ଟାବ୍ଲେଟ୍ ଅନନ୍ୟା ମାମଙ୍କ ଡ୍ରିଙ୍କ ରେ ମିଶାଇ ଦିଆଯାଇଛି । ତାପରେ ଏହାର ଏତେ ପରିମାଣରେ କ୍ଷତି ହେବା ପୂର୍ବରୁ ତାଙ୍କୁ ଘରକୁ ଆଣିଛନ୍ତି ଏହା ଖୁବ ସୁନ୍ଦର କଥା । ଆଛା ମୁଁ କିଛି ଔଷଧ ଏବଂ ଇଞ୍ଜେକସନ ଦେଉଛି ତାପରେ କିଛି ସମୟ ମଧ୍ୟରେ ଅନନ୍ୟା ମାମ ସଂପୂର୍ଣ୍ଣ ରୂପେ ଠିକ୍ ହେଇଯିବେ ।    ଡାକ୍ତର ମିସ୍ ମାଲହୋତ୍ରା ଔଷଧ ଦେଇ କହିଲେ ଯଦି ଆପଣ ତାଙ୍କ ଦେହ ଠିକ ହେବାକୁ ଚାହୁଁଛନ୍ତି ତେବେ ତାଙ୍କୁ ଟିକେ ପ୍ରେମର ସ୍ପର୍ଶ ଅନୁଭବ କରି ଦିଅନ୍ତୁ । ଆଇ ଥିଙ୍କ ଆପଣ ମୋ ଇଶାରା ପ୍ରତି ଧ୍ୟାନ ଦେବେ ।    ମିସ୍ ମାଲହୋତ୍ରା ଏତିକି କହି ଚାଲିଗଲେ ନିଜ ବାସଭବନ କୁ । ଅରଣ୍ୟ ବାବୁଙ୍କ ଚିନ୍ତା ଯେ ଏଭଳି ସାହସ କାହାର ହେଲା ଯେ ସେ ତାଙ୍କ ସ୍ତ୍ରୀ ଅନନ୍ୟାଙ୍କ ଡ୍ରିଙ୍କ ସହିତ ରୋମାନ୍ସ କରିବା ଟାବ୍ଲେଟ୍ ମିଶାଇ ପିଆଇଛନ୍ତି । ଯେତେବେଳେ ସମ୍ପର୍କରେ ସ୍ଵାର୍ଥ ହାସଲ ହେଇଯାଏ, ସେତେବେଳେ ସରି କାହିଁ ଚାଲିଯିବାର ଗୋଟେ ନୂଆ ବାହାନା ସ୍ରୁଷ୍ଟି ହୋଇଯାଏ ଯାହାର ନାମ ହେଉଛି ପରିସ୍ଥିତି । ମୋତେ ଏବେ ଜାଣିବାକୁ ପଡ଼ିବ ଅସଲୀ ବଦମାସ କିଏ ? କାହାପାଇଁ ଆଜି ଅନନ୍ୟା ମଦ ପିଇଛନ୍ତି ଏବଂ ତାଙ୍କ ସହିତ ଖରାପ ସମ୍ପର୍କ ଗଢ଼ିବା ପାଇଁ କିଏ ଏଭଳି କାଣ୍ଡ କରିଥିଲା । ଅରଣ୍ୟଙ୍କ ମନରେ ଅନେକ ଭାବନା ଗଣ୍ଡଗୋଳ କରୁଚି । ସେ ଜାଣିବାକୁ ଚାହୁଁଛନ୍ତି ସଂପୂର୍ଣ୍ଣ ଘଟଣାର କାରଣ କିଏ , ତେଣୁ ଅରଣ୍ୟ ବାବୁ ତୁରନ୍ତ ଗାଡ଼ି ଡ୍ରାଇଭର ଙ୍କୁ ଭିତରକୁ ଡାକିଲେ ଏବଂ କହିଲେ ଡ୍ରାଇଭର ତୁମେ ଜାଣିଛ କି ଗତ କାଲି ର ପାଟିରେ କିଏ ସବୁ ଉପସ୍ଥିତ ଥିଲେ । ମୋତେ ତାଙ୍କ ପାଖକୁ ଯିବାକୁ ପଡିବ । ଅରଣ୍ୟ ବାବୁଙ୍କ କଥାରେ ଡ୍ରାଇଭର ଭୟରେ ବରଡା ପତ୍ର ଭଳି ଥରିବାକୁ ଲାଗିଲେଣି କାରଣ ସେ ମଧ୍ୟ ଜାଣି ନାହାନ୍ତି ଯେ ସେ ପାର୍ଟିରେ କିଏ ସବୁ ଉପସ୍ଥିତ ଥିଲେ , କିନ୍ତୁ ଅରଣ୍ୟ ବାବୁଙ୍କ ପ୍ରଶ୍ନର ଉତ୍ତରରେ ଡ୍ରାଇଭର କହିଲେ ସାର କିଏ ଥିଲେ ମୁଁ ଜାଣିନାହିଁ କିନ୍ତୁ ମୁଁ ଭିତରକୁ ପ୍ରବେଶ କରିବା ସମୟରେ ଜଣେ ଯୁବକ ଅନନ୍ୟା ମାମଙ୍କ ସାଥିରେ.... କଣ ସାଥିରେ । କୁହ ଡ୍ରାଇଭର , କଣ ତୁମେ ଦେଖିଛ ? କ୍ରମଶଃ... ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।

Comments