SS Publication
SS Publication
June 12, 2025 at 06:28 PM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ ୬୫ #ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025 (ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ)       ଅରଣ୍ୟ ବାବୁଙ୍କ କଥା ଶୁଣିବାପରେ ଡ୍ରାଇଭର ସଂପୂର୍ଣ୍ଣ ଘଟଣାର ବିବରଣୀ କହିଲେ । ଠିକ୍ ସେହି ସମୟରେ ଅରଣ୍ୟ କହିଲେ , ମାନସ କୁ ଡାକି ଗାଡ଼ି ବାହାର କର ।    ଅରଣ୍ୟ ଙ୍କ ଆଦେଶରେ ଡ୍ରାଇଭର ତୁରନ୍ତ ମାନସ ବାବୁଙ୍କୁ ଡାକି ଆସିଲେ ଏବଂ ଗାଡ଼ିରେ ବସି ଚାଲିଗଲେ ବାହାରକୁ । କିଛି ସମୟ ମଧ୍ୟରେ ଗାଡ଼ି ଯାଇ ପହଞ୍ଚିଲା ମିଷ୍ଟର ରୋହନ ଙ୍କ ଘର ପାଖରେ । ମାନସ ତୁରନ୍ତ ଘର ଭିତରକୁ ପ୍ରବେଶ କରିଲେ ଏବଂ ମିନିଷ୍ଟର ରୁଦ୍ର ବାବୁଙ୍କ ପୁଅ ରୋହନ ର କାଲର ଧରି ଟାଣି ଆଣିଲେ । ରୋହନ ଚିତ୍କାର କରି କହୁଥାଏ ୟୁ ବ୍ଲଡ଼ି ବାଷ୍ଟାର୍ଡ ତୁ ବୋଧେ ଭୁଲି ଯାଇଛୁ ଯେ ,ଆଜି ତୋର ସାମ୍ନା ରୋହନ ସହିତ ଅଛି । _ ଅବଶ୍ୟ , ତୁ ଠିକ୍ କହିଚୁ ରୋହନ କିନ୍ତୁ ତୋର ମନେରଖିବା ଆବଶ୍ୟକ ଯେ ତୁ ଟିକେ ବେଶୀ ଅରୋଗେଣ୍ଟ ହେଉ ନାହୁଁ । ତୋର ଏଇ ଅହଙ୍କାର ବୋଧହୁଏ ତୋର ଜୀବନ ଆରମ୍ଭ କରିବା ପୂର୍ବରୁ ସମାପ୍ତ କରିଦେବ । _ ଚୁପ କର ମାନସ । ତୁ ପାରୁଛୁ ଯଦି ମୋ ସହିତ ସାମିଲ ହୁଅ । ମିଳି ମିଶି ଅନନ୍ୟା ଭଳି ଝିଅ ସହିତ ଖେଳ ଖେଳିବାର ମଜ୍ଜା କିଛି ଅଲଗା ।     ରୋହନ ର ଏଭଳି ସ୍ଵଭାବ ଦେଖି ,ମାନସ ତୁରନ୍ତ ତାର ହାତକୁ ମୋଡି ଗୋଟେ କୀକ୍ କରିଲେ ଯାହାଦ୍ବାରା ସେ ସେଠାରୁ ଦଶ ଫୁଟ ଦୂରରେ ଯାଇ ପଡିଲା । ତାପରେ ସେଠାରେ ମାନସ ତାର ହାତ ଓ ଗୋଡ଼ ଭାଙ୍ଗିବା ପରେ ତାର ପ୍ରାଇଭେଟ୍ ପାର୍ଟ କୁ ଗୋଟେ କିକ୍ କରିଲେ ଯାହାଦ୍ବାରା ସେଠାରୁ ରକ୍ତ ବୋହିବା ଆରମ୍ଭ ହେଇଗଲା ।   ଅସହ୍ୟ ଯନ୍ତ୍ରଣାରେ ଛଟ ପଟ ହେଇ ରୋହନ ଖୁବ୍ ଜୋର ରେ ଚିତ୍କାର କରୁଛି । ତାର ମୁହଁ ଏବଂ ଦେହରୁ ରକ୍ତ ବୋହିବା ସହିତ ପ୍ରାଇଭେଟ୍ ପlର୍ଟ ମଧ୍ୟ ସଂପୂର୍ଣ୍ଣ ନଷ୍ଟ ହେଇଯାଇଛି । ଏହା ଦେଖି ଭିତରୁ ରୁଦ୍ର ବାବୁ ତାଙ୍କର ଦୁଇ ଜଣ ବଡି ଗାର୍ଡଙ୍କୁ ନିର୍ଦ୍ଦେଶ ଦେଇ କହିଲେ ଶୁଣ । ସମାପ୍ତ କରିଦିଅ ଏହି ଦୁଇଜଣଙ୍କୁ ଏବଂ ଉଠାଇ ଅlଣ ଯାଇ ସେ ଝିଅ କୁ ଯାହାପାଇଁ ଆଜି ମୋ ଏକମାତ୍ର ପୁଅର ଏଭଳି ଦଶା ହେଇଛି ।    ରୁଦ୍ର ବାବୁଙ୍କ ଆଦେଶ ପାଇବା ମାତ୍ରେ ଦୁଇଜଣ ବଡି ଗାର୍ଡ ତୁରନ୍ତ ଆସି ମରଣାତ୍ମକ ଆକ୍ରମଣ କରିଲେ ମାନସ ବାବୁଙ୍କୁ । ଅରଣ୍ୟ ସେମିତି ବସିଥାନ୍ତି ଗାଡ଼ିରେ । ମାନସ ବାବୁଙ୍କ ଉପରେ ଆକ୍ରମଣ ହେବା ଦେଖି ଡ୍ରାଇଭର ତୁରନ୍ତ ବାହାରିଲେ ତାଙ୍କୁ ସାହାଯ୍ୟ କରିବାକୁ ଠିକ୍ ସେହି ସମୟରେ ଅରଣ୍ୟ ବାବୁ କହିଲେ ରୁହ ଦାମୋଦର । ତୁମର ଯିବା ଆବଶ୍ୟକ ନାହିଁ । ସେମାନଙ୍କୁ ଏକା ମାନସ ହିଁ ଠିକ କରିବ। ହଁ ତୁମେ ଅଳିଆ ସଫା କରିବା ପାଇଁ ଦୁଇଜଣଙ୍କୁ ଡାକି ଦିଅ । ଖୁବ କମ୍ ସମୟ ମଧ୍ୟରେ ମିନିଷ୍ଟର ହାଉସ ଟା ଅସଣl ହେଇଯିବ ନଚେତ ।    ଦେଖୁ ଦେଖୁ ଖୁବ କମ ସମୟ ବ୍ୟବଧାନରେ ମାନସ ସମସ୍ତଙ୍କୁ ଧରାଶାୟୀ କରିଦେଲେ ଏବଂ ଠିକ୍ ସେହି ସମୟରେ ମନ୍ତ୍ରି ରୁଦ୍ର ବାବୁ ଆସି ମାନସଙ୍କ ଗୋଡ଼ ତଳେ ପଡି କ୍ଷମାମାଗିଲେ ଏବଂ କହିଲେ ମୋତେ କ୍ଷମା କର ମାନସ ବାବୁ । ମୁଁ ବଦମାସ । ମୁଁ ସୌତାନ । ମୁଁ ଗୋଟେ ଲମ୍ପଟ୍ ଚୋର , ଯାହାର କୁ ଶିକ୍ଷା ପାଇଁ ମୁଁ ମୋର ସର୍ବସ୍ବ ହରାଇଲି କିନ୍ତୁ ମୋ ପୁଅ ରୋହନ କୁ ମେଡିକାଲ ନେବା ପାଇଁ ମୋତେ ଆଦେଶ କର । ମୁଁ ମୋର ସମସ୍ତ ସମ୍ପତି ତୁମ ନାମରେ କରି ଅନ୍ୟତ୍ର ଚାଲିଯିବି । ଏଇ ସହରରେ କେବେ ଦର୍ଶନ ଦେବି ନାହିଁ । ଥରେ ମାତ୍ର ମୋତେ କ୍ଷମା କର ।    ରଦ୍ର ବାବୁଙ୍କ ଏଭଳି ପରିସ୍ଥିତି ଦେଖି , ରୋହନ ର ସବୁ ଯନ୍ତ୍ରଣା କମିଗଲା । ସେ ରାଗରେ କହିଲା ନୋ ପାପା । ତୁମେ ଏହି ଛୋଟଲୋକ ପାଖରେ ମୁଣ୍ଡ ନୁଆଁଇବା ଆବଶ୍ୟକ ନାହିଁ । ଖୁବ କମ୍ ସମୟରେ ମୋର ସାଥୀମାନେ ଅସିଯିବେ ଏବଂ ଏହି ଦୁଇଜଣଙ୍କୁ ଉଚିତ ଜାଗାରେ ପହଞ୍ଚାଇ ଦେବେ ।    କଥାରେ ଅଛି ରସି ଜଳିଗଲା କିନ୍ତୁ ଟାଣ ଭାଙ୍ଗି ନାହିଁ ଏ ପର୍ଯ୍ୟନ୍ତ । ତେଣୁ ମାନସ ବାବୁ କହିଲେ ଠିକ୍ କହିଚ୍ଛୁ ରୋହନ । ମୁଁ ସେ ପର୍ଯ୍ୟନ୍ତ ଅପେକ୍ଷା କରୁଛି , ଦେଖିବା ଆଉ ତୋର କେତେଜଣ ସାଥୀ ଏହି କାମରେ ଲିପ୍ତ ଅଛନ୍ତି ଏବଂ ତୋ ସାଙ୍ଗରେ ରହୁଛନ୍ତି ।    ମାନସ ବାବୁ ,ତୁରନ୍ତ ଗୋଟିଏ ଭଙ୍ଗା ଚେୟାର ପକାଇ ସେଠାରେ ବସି ରହିଲେ । କିଛି ସମୟ ମଧ୍ୟରେ ଗୋଟେ ଏସ ୟୁ ଭି ସେଭେନ୍ ହଣ୍ଡ୍ରେଡ କାର ଆସି ମନ୍ତ୍ରୀଙ୍କ ଦୁଆରେ ଠିଆ ହେଲା । ତାରି ମଧ୍ୟରୁ ସାତ ଆଠ ଜଣ ହଟା କଟା ମଝଭୁତିଆ ମଣିଷ ବାହାରକୁ ବାହାରିଲେ । ସେମାନେ ଗାଡିରୁ ଯେମିତି ଉତ୍ରୁରିଛନ୍ତି , ସେମାନେ ଦେଖିଲେ ଯେ ସାମ୍ନାରେ ଥିବା କାର ରେ ବସିଥିବା ମଣିଷ ଅରଣ୍ୟ ରାଏ ବାହାଦୁର ଙ୍କୁ ଏବଂ ତାଙ୍କୁ ଦେଖିବାପରେ ସେମାନେ ତାଙ୍କୁ ଆସି ସମ୍ମାନର ସହିତ ଗ୍ରିଡ କରି କହିଲେ ଗୁଡ ମୋର୍ଣ୍ଣିଂ ଅରଣ୍ୟ ସାର୍ । କିନ୍ତୁ ଆପଣ ଏତେ ସକାଳୁ ଏଠାରେ ଯେ ? କଣ ହେଇଛି , କିଛି ଅସୁବିଧା ଥିଲେ ଆମକୁ କହିଥାଆନ୍ତେ କିନ୍ତୁ ଆପଣ ଏଠାରେ ମାନେ ରୋହନ କିମ୍ବା ତାଙ୍କ ବାପାଙ୍କ ଦ୍ଵାରା କିଛି ଭୁଲ ଅବଶ୍ୟ ହେଇଛି ।   କଙ୍କଡ଼ା ଚିହ୍ନ ଥିବା ସମସ୍ତ ଆଠଜଣ ହିଂସ୍ରକ ଯୋଦ୍ଧା ଙ୍କୁ ଦେଖି ଅରଣ୍ୟ ଟିକେ ହସିଲେ ଏବଂ କହିଲେ ଯାଆ ଏହି ଅଳିଆ ସଫା କରି ଆଜି ତୁମେ ମୌଜମଜ୍ଜଲିସ କର । ସେମାନେ ତୁରନ୍ତ ସେଠାରୁ ଚାଲିଗଲେ ଭିତରକୁ ଏବଂ ରୋହନ କିଛି କହିବା ପୂର୍ବରୁ ତାକୁ ଏବଂ ତାର ପରିବାର ର ସମସ୍ତ ପୁରୁଷ ଙ୍କୁ କିଛି ମିନିଟ ମଧ୍ୟରେ ସୁଟ୍ କରି ସେମାନଙ୍କ ଡେଡ ବଡିକୁ ଡିସ୍ପୋଜ କରିଦେଲେ । ସେମାନଙ୍କ ଏତେ ଫାଷ୍ଟ କାମ ଦେଖି ମାନସ ତାଙ୍କୁ କିଛି ଟଙ୍କା ଫୋପାଡି କହିଲେ ନିଅ , ଆଜିର ପୁରା ଦିନ ତୁମର । କିନ୍ତୁ ମନେରଖ ଯେପରି ଏହି ସହର ର କୌଣସି ଝିଅ ବୋହୂଙ୍କ ଉପରେ ଆଖି ପକାଇବା ମାନେ ତୁମର ଦଣ୍ଡ ଏହାଠାରୁ ଭୟଙ୍କର ହେବ । ଏହି ହlରlମଖୋର ଅରଣ୍ୟ ସାର୍ ଙ୍କ ସ୍ତ୍ରୀ ଉପରେ ନଜର ଖାଲି ପକାଇ ନଥିଲା ଯେ ତାଙ୍କୁ ରୋମାନ୍ସ ମେଡିସିନ ଦେଇ ନିଜ ମୃତୁ କୁ ଡାକି ଆଣିଲା।     କିଛି ସମୟ ମଧ୍ୟରେ ଅରଣ୍ୟ ଏବଂ ମାନସ ଗାଡ଼ିରେ ବସି ରାଏ ବାହାଦୁର ମେନ୍ସନ ଚାଲିଗଲେ । କିନ୍ତୁ ସେଠାରୁ ଯିବା ପୂର୍ବରୁ ସେ ସେହି ଘର ମଧ୍ୟରେ ଗୋଟେ ଚିଠି ଲେଖି ଆସିଲେ ଯେ , ବାସ୍ତବରେ ସେହି ମନୁଷ୍ୟ ର ସମୁଲେ ବିନାଶ ହୁଏ ଯିଏ ଝିଅଟିକୁ କହନ୍ତି କି କେବେ ଘରର ଇଜ୍ଜତ ଖରାପ କରିବୁ ନାହିଁ, କିନ୍ତୁ ପୁଅକୁ ଏପରି କହନ୍ତି ନାହିଁ ଯେ କେବେ କାହା ଘରର ଇଜ୍ଜତ ସହିତ ଖେଳିବୁ ନାହିଁ...। ଅରଣ୍ୟ ଏବଂ ଅନନ୍ୟା ଯାଇ ପହଞ୍ଚିଲେ ରାଏ ବାହାଦୁର ମେନ୍ସନ୍ ରେ । ଅରଣ୍ୟ ବାବୁ ଚାଲିଗଲେ ବେଡ଼ ରୁମ ମଧ୍ୟକୁ କିନ୍ତୁ ସେଠାରେ ଯାଇ ଦେଖିଲେ ଯେ ଅନନ୍ୟା ଏବେ ମଧ୍ୟ ସୁସ୍ଥ ନାହାଁନ୍ତି । ତାଙ୍କ ଆଖି ଲାଲ ଲାଲ ଲାଗୁଛି ଏବଂ ସେ ବେଡ଼ ଉପରେ ଶୋଇ ଆଖିରୁ ଟପ୍ ଟପ୍ କରି ଲୁହ ଗଡ଼ାଇ କାନ୍ଦୁଛନ୍ତି ।      କ୍ରମଶଃ... ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।

Comments