CURRENT AFFAIRS UPDATE
CURRENT AFFAIRS UPDATE
June 13, 2025 at 03:54 AM
*ଖବର ଆଜିର, ୧୩ ଜୁନ, ଶୁକ୍ରବାର* ======================= ରାଜ୍ୟରେ ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ପୁରୀରେ ରଥ ନିର୍ମାଣର ୪୩ତମ ଦିବସରେ ତିନି ରଥରେ ଚଉଦ ନାହାକା ବୁଲିଛି ରାଜ୍ୟର ୮୬୦ ଟି ୧୦୮ ଆମ୍ବୁଲାନ୍‌ସରୁ ୪୨୦ ଟି ଖରାପ। ନୂଆ ଆସିବାକୁ ଲାଗିବ ୪ମାସ କଟକ ହାଇକୋର୍ଟଙ୍କ ରାୟ, ସ୍ବାମୀର ଦୁର୍ବଳତାକୁ ନେଇ ଅପଶବ୍ଦ କହିବା ବିବାହ ବିଚ୍ଛେଦ ପାଇଁ ଯଥେଷ୍ଟ ପ୍ରଥମ ପର୍ଯ୍ୟାୟ +୩ କଟ୍‌ଅଫ୍‌ ମାର୍କ ପ୍ରକାଶ ପାଇଲା, ରେଭେନ୍ସା କଲେଜ ସବୁ ବିଭାଗରେ ଆଗରେ। କଟକ ମେଡିକାଲରେରେ ମିଳିବ ମାମୋଗ୍ରାମ ସୁବିଧା, ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ ହେବ ସ୍ତନ କର୍କଟ। ଶଙ୍ଖ ଭବନରେ ବିଜେଡ଼ିର କର୍ମଶାଳା। ଦଳକୁ ସଙ୍ଗଠିତ କରିବାକୁ ଗୁରୁତ୍ଵ। ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହ ନେଇ ବର୍ଷିଲା କଂଗ୍ରେସ, ପିସିସି ସଭାପତି କହିଲେ ପ୍ରତାରଣା କରିଛନ୍ତି ପ୍ରାଥମିକ ବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବି ପୂରଣ ସହ ନୂତନ ଶିକ୍ଷକ ପଦବି ସୃଷ୍ଟି କରିବାକୁ ଶିକ୍ଷକ ସଂଘ ଦାବି କରିଛି ନେମାଳ ଅଚ୍ୟୁତାନନ୍ଦଙ୍କ ପଦ୍ମବନ ପୀଠରେ ଦେବସ୍ନାନ ପୂର୍ଣ୍ଣିମା ଯାତ୍ରା ଓ ବାଲିମେଳା ଉତ୍ସବରେ ବ୍ୟାପକ ଅବ୍ୟବସ୍ଥା। ନିଆଁ ଲାଗିଲା, ଅଶୁଭ ସଂକେତ ଯାଜପୁରରେ ଡାଇରିଆ ମାଡି ଚାଲିଛି, ମୃତ୍ୟୁସଂଖ୍ୟା ୧୧, ଭଣ୍ଡାରିପୋଖରୀକୁ ବ୍ୟାପିଲା। ବଲାଙ୍ଗୀର ଜିଲ୍ଲାରେ ପ୍ରଶାସନିକ ଅବ୍ୟବସ୍ଥାରୁ ବର୍ଷାରେ ଖୋଲା ଆକାଶ ତଳେ ଭିଜୁଛି ଧାନ। ବ୍ରହ୍ମପୁରରେ ଲାଞ୍ଚ ନେବାବେଳେ ଇପିଏଫଓ ପିଆରଓ ଙ୍କୁ ଧରିଲା ସିବିଆଇ। ଅନଲାଇନ୍ ଫୁଟବଲ ବେଟିଂ ନାମରେ ୧୦୦୦କୋଟି ଠକେଇ, ଚୀନ୍ କୁ ଲମ୍ବିଛି ଚେର, ଜଣେ ଗିରଫ। ଯାଜପୁର କୁଝାଲା ଛକରେ ଚାଲି ଗଲାବେଳେ ପଛରୁ ଧକ୍କା ଦେଲା ବୋଲେରୋ, ମାଆ ଆଗରେ ଆଖିବୁଜିଲା ପୁଅ। ଭଦ୍ରକରେ ତିହିଡିରେ ହିନ୍ଦୁ ଯୁବକଙ୍କ ମୃତ୍ୟୁ। ଦଙ୍ଗା ପରିସ୍ଥିତି। ଇଣ୍ଟରନେଟ ସେବା ବନ୍ଦ, ୨୭ ପ୍ଲାଟୁନ ପୁଲିସ ମୁତୟନ। କେନ୍ଦୁଝର ଯୋଡ଼ାର ରାସ୍ତାପାର୍ଶ୍ବରେ ଥିବା ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଶାଖାରୁ ଡକାୟତି। ୧୧ ଲକ୍ଷ ଟଙ୍କା ଓ ୨ କେଜି ସୁନା ଲୁଟ କଟକ ବାଙ୍କୀରେ ଯୁବକଙ୍କୁ ପିଟିପିଟି ହତ୍ୟା, ହୋଟେଲ୍‌ ମାଲିକ ଗିରଫ, ଲୋକଙ୍କ ରାସ୍ତାରୋକ, ହୋଟେଲ୍‌ ପୋଡ଼ି ମୟୁରଭଞ୍ଜ ରାଇରଙ୍ଗପୁରରେ ଶୁଣିଲାନି ପ୍ରଶାସନ। ପୋଖରୀ ତୁଠ ସଫା କଲେ ୱାର୍ଡ଼ ବାସିନ୍ଦା ସମ୍ବଲପୁର ଜମନକିରା ରେ ଭୂମିହୀନ ବ୍ୟକ୍ତିଙ୍କଠାରୁ ୪୦,୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ ନବରଙ୍ଗପୁର କୋଡ଼ିଙ୍ଗାରେ ସାମାଜିକ ବାସନ୍ଦ ପରେ ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ୧୫ ପରିବାର ଭୁବନେଶ୍ବର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କ ଜାମିନ ଆବେଦନ ଖାରଜ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ଲଣ୍ଡନ ବିମାନ ଦୁର୍ଘଟଣା। ଜଣେ ଜୀବିତ, ବାକି ସବୁ ମୃତ। ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ବି ଥିଲେ ଓଡ଼ିଶା ବିରୋଧରେ ଛତିଶଗଡ଼ ଷଡ଼୍‌ଯନ୍ତ୍ର। ମହାନଦୀ ଓ ଇନ୍ଦ୍ରାବତୀ ଉପରେ ମେଗା ପ୍ରକଳ୍ପ ହେବ। ଓଡିଶା ଚୁପ ଇରାନ ଉପରେ ଆକ୍ରମଣ କରିପାରେ ଇସ୍ରାଏଲ, ଦୂତାବାସ ଖାଲି କଲା ଆମେରିକା ======================= ଆଜି ବିଶ୍ୱ ଆଲବିନିଜମ ସଚେତନତା ଦିବସ ଆଜି ଜନ୍ମଦିନ: ଗଣେଶ ସାବରକର, ସାଲାର ଜଙ୍ଗ 3, ପୀୟୂଷ ଗୋୟଲ, ଦିଶା ପଟନୀ, ଜୟନ୍ତ ମେହେର (ଚିତ୍ରକର, ବଲାଙ୍ଗୀର) ଆଜି ତିରୋଧାନ: ଉଦ୍ଧମ ସିଂ ଇତିହାସରେ ଆଜି ଦିନ: (୧୪୨୦) ଫିରୋଜ ଶାହ ବସିଲା ଦିଲ୍ଲୀ ସିଂହାସନରେ/ (୧୯୪୦) ଲଣ୍ଡନରେ ବିପ୍ଲବୀ ଉଦ୍ଧମ ସିଂଙ୍କୁ ବ୍ରିଟିଶ ଫାଶୀ ଦେଲେ/ (୧୯୪୩) ସୁଭାଷ ବୋଷ ଜର୍ମାନୀରୁ ଟୋକିଓ ଯାତ୍ରା ଆରମ୍ଭ କଲେ/ (୧୯୯୭) ଦିଲ୍ଲୀ ଉପହାର ସିନେମା ଅଗ୍ନିକାଣ୍ଡରେ ୫୯ ମୃତ ======================= *ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ* *ବନ୍ଦେ ଉତ୍କଳ ଜନନୀ*

Comments