CURRENT AFFAIRS UPDATE
CURRENT AFFAIRS UPDATE
June 14, 2025 at 02:53 AM
*ଖବର ଆଜିର* ତାରିଖ:୧୪/୦୬/୨୫, ଶନିବାର ୧-ଇରାନ - ଇସ୍ରାଏଲ ଯୁଦ୍ଧ:୨୦୦ ଯୁଦ୍ଧ ବିମାନରୁ ଇସ୍ରାଏଲର ମିଶାଇଲ୍ ମାଡ଼,ଇରାନର ଜବାବୀ ଆକ୍ରମଣ। ୨-ଭୁବନେଶ୍ୱର:ସରକାରୀ କର୍ମଚାରୀଙ୍କ ପାଇଁ କଡ଼ାକଡ଼ି ହେଲା ବାୟୋମେଟ୍ରିକ ଉପସ୍ଥାନ, ରେକର୍ଡ ହେବ ଇନ-ଆଉଟ ସମୟ। ୩-ଭୁବନେଶ୍ୱର:ସିଙ୍ଗିଲ ୱିଣ୍ଡୋରେ ୧୭ ପ୍ରକଳ୍ପକୁ ମଞ୍ଜୁରୀ, ରାଜ୍ୟରେ ୩୮୭୮.୮୬ କୋଟିର ପୁଞ୍ଜି ନିବେଶକୁ ମିଳିଲା ମଞ୍ଜୁରୀ। ୪-ପ୍ରତି ପଞ୍ଚାୟତରେ ଖୋଲିବ ଜନ ପୋଷଣ କେନ୍ଦ୍ର, କମ୍ ଦରରେ ମିଳିବ ଅଟା, ଚିନି, ଲୁଣ:ଖାଦ୍ୟ- ଯୋଗାଣ ମନ୍ତ୍ରୀ ୫-ସଂଧ୍ୟାରେ ରଜ ବଜାର, ଅସମ୍ଭାଳ ଭିଡ଼, ସତସଙ୍ଗ୍ ବିହାରରୁ ପଳାଶୁଣି ଯିବାକୁ ଲାଗୁଛି ୪୦ ମିନିଟ୍। ୬-ଯାଜପୁରରେ ଝାଡ଼ାବାନ୍ତି ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ରଜ ଛୁଟି ବାତିଲ। ୭-ଭୁବନେଶ୍ୱର:ସ୍ପେଶାଲ୍ ସ୍କ୍ବାଡ୍ ପଞ୍ଜାରେ ୫ ବନ୍ଧୁକ ବେପାରୀ,୬ ବନ୍ଧୁକ,୧୮ ଗୁଳି ଜବତ। ୮-ଯାଜପୁର ପରେ ଭଦ୍ରକକୁ ଡେଇଁଲାଣି ଝାଡ଼ାବାନ୍ତି; ୧୦ ବ୍ଲକର ଶତାଧିକ ଗାଁ ପ୍ରଭାବିତ। ୯-ପୁରୀ:ରଥ ରଙ୍ଗ ଓ କନା ମଣ୍ଡଣି କାମ ଆରମ୍ଭ,ଆଜି ଟୁଙ୍ଗୁରା ହେବ ତୃତୀୟ ଭୂଇଁ। ୧୦-ଗୃହରକ୍ଷୀଙ୍କ ଭତ୍ତା ବୃଦ୍ଧି କଲେ ସରକାର,୨୦୨୫ ଜାନୁଆରୀ ପହିଲାରୁ ପିଛିଲା ଭାବେ ଏହା ଲାଗୁ ହେବ। ୧୧-କେନ୍ଦୁଝର,ଠାକୁରଡ଼ିହି ଛକ:ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ୩ ଯୁବକ ମୃତ। ୧୨-ରଥଯାତ୍ରା ସୁରକ୍ଷା ଚିନ୍ତା, ପୁରୀ ରେଲଓ୍ବେ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣର ମୁକାବିଲା ନେଇ ହେଲା ମକଡ୍ରିଲ୍ ୧୩-ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା, ଆଠ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ହାର୍ଡକୋର ମାଓବାଦୀ ଗିରଫ। ୧୫-ପୁଣି ଭାଙ୍ଗିଲା ସବୁ ରେକର୍ଡ; ସୁନା ଦାମ୍‌ ଟପିଲା ଲକ୍ଷେ ଟଙ୍କା। ୧୬-ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାର ତଦନ୍ତ ଜାରି, ହଷ୍ଟେଲ ଛାତରୁ ମିଳିଲା ବ୍ଲାକ ବକ୍ସ। ୧୭-ଭୀଷଣ ଗ୍ରୀଷ୍ମରେ ଗୁରୁତର ହେଲା ଦିଲ୍ଲୀ ଜଳ ସଂକଟ, ୱଜିରାବାଦ ଓ ଚନ୍ଦ୍ରାବଲ ପ୍ଲାଣ୍ଟରୁ ଜଳଯୋଗାଣ ୩୦% ହ୍ରାସ। ୧୮-ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପରେ ସମସ୍ତ ବୋଇଙ୍ଗ ବିମାନର ଅତିରିକ୍ତ ସୁରକ୍ଷା ଯାଞ୍ଚ ନିର୍ଦ୍ଦେଶ। ୧୯-ଅବଦୋଲରହିମ୍ ମୁସାଭି ଇରାନର ନୂଆ ସାମରିକ ମୁଖ୍ୟ ନିଯୁକ୍ତ। ୨୦-ଇରାନର ଆଣବିକ କେନ୍ଦ୍ର ଉପରେ ପୁଣି ବୋମା ମାଡ କଲା ଇସ୍ରାଏଲ, ଟ୍ରମ୍ପଙ୍କ ଧମକ ପରେ ଆକ୍ସନରେ ନେତନ୍ୟାହୁ। ପହିଲି ରଜର ଶୁଭେଚ୍ଛା ଓ ଶୁଭକାମନା

Comments