CURRENT AFFAIRS UPDATE
CURRENT AFFAIRS UPDATE
June 15, 2025 at 03:15 AM
*ଖବର ଆଜିର* ତାରିଖ:୧୫/୦୬/୨୫, ରବିବାର ୧-ପ୍ରକାଶ ପାଇଲା ନିଟ୍‍-ୟୁଜି ୨୦୨୫ ପରୀକ୍ଷା ଫଳ, ସ୍ନେହାଶିଷ ଦାଶ ହେଲେ ଓଡ଼ିଶାର ଟପ୍ପର।ରାଜସ୍ଥାନର ମହେଶ କୁମାର ସର୍ବଭାରତୀୟ ସ୍ତରରେ ଟପ୍ପର। ୨-ରଜକୁ ନେଇ ଉତ୍ସବମୁଖର ଗାଁଠୁ ସହର; ସବୁଠି ପୋଡ଼ପିଠାର ବାସ୍ନା,ରଜ ପାନର ମହକ। ୩-ଆସନ୍ତା ୨୧ ତାରିଖରେ ସବୁ ବିଦ୍ୟାଳୟରେ ପାଳନ ହେବ ଯୋଗ ଦିବସ। ୪-ନନ୍ଦନକାନନରେ ରଜ ମଉଜ :ପ୍ରଥମ ରଜରେ ବୁଲିଲେ ୨୪ ହଜାର ପର୍ଯ୍ୟଟକ। ୫-ଭୁବନେଶ୍ୱର, ଲିଙ୍ଗିପୁର ଛକ:ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ବାଇକ୍ ପାର୍କିଂକୁ ନେଇ ହେଲା ହଣାକଟା। ୬-ବାଙ୍ଗିରିପୋଷି:ପହିଲି ରଜରେ ହତ୍ୟା, ପୁଅର କାଠ ଫାଳିଆ ଆକ୍ରମଣରେ ବାପ ମୃତ। ୭-ଯାଜପୁର: କଲେରା ଚିହ୍ନଟ ପରେ ସାମୁହିକ ସମାବେଶରେ ଭୋଜିର ଆୟୋଜନ ମନା। ୮-କଣିହାଁ:ଅଙ୍ଗନୱାଡି ଦିଦି ଖାଇଗଲେ ଛୁଆଙ୍କ ପୁଷ୍ଟିକର ଖାଦ୍ୟ, ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକେ। ୯-ଯାଜପୁର, ଭଦ୍ରକ, କେନ୍ଦୁଝର ପରେ କଟକରେ ଝାଡାବାନ୍ତି ଆତଙ୍କ: କେନ୍ଦ୍ରରୁ ଆସୁଛନ୍ତି ୧୪ ଜଣିଆ ଟିମ୍ ୧୦-ଓଡ଼ିଶା କ୍ୟାଡ଼ରର ୨ IAS ଅଫିସରଙ୍କୁ ମିଳିଲା ନୂଆ ଦାୟିତ୍ୱ; ଆର୍ ଭିନୀଲ କ୍ରିଷ୍ଣା ଓ ଭିଭି ଯାଦବ ଆକାଂକ୍ଷୀ ଜିଲା ପ୍ରଭାରୀ ନିଯୁକ୍ତ। ୧୧-ବାଣୀବିହାର ଓଭରବ୍ରିଜ୍ ଉପରେ ସିରିଜ୍ ଦୁର୍ଘଟଣା, କାର୍ ଧକ୍କାରେ ଏକାଧିକ ଆହତ। ୧୨-ସିଏସଆଇଆର-ଚତୁର୍ଥ ପାରାଡାଇମ୍ ପ୍ରତିଷ୍ଠାନର ନିର୍ଦ୍ଦେଶକ ହେଲେ ଓଡିଆ ବୈଜ୍ଞାନିକ ଗୋପାଳକୃଷ୍ଣ ପାତ୍ର। ୧୩-ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏ ଦେବ ଏୟାର ଇଣ୍ଡିଆ କମ୍ପାନୀ। ୧୪-ନୂଆ ଦିଲ୍ଲୀ:ଅକ୍ଟୋବର ୧୫ରୁ ଆରମ୍ଭ ହେବ ରଣଜୀ ଟ୍ରଫି। ଅଗଷ୍ଟ ୨୮ରୁ ଦୁଲଫି ଟ୍ରଫି। ୧୫-୨୦ରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ, ତ୍ରିରଙ୍ଗା ଯାତ୍ରାରେ ସାମିଲ୍‌ ହେବା ପରେ କରିବେ ରୋଡ୍‌ ଶୋ। ୧୬-ରେଲୱେର ପ୍ରସ୍ତୁତି ଆରମ୍ଭ:ଏବେ ନନ୍-ଏସି କୋଚ୍‌ରେ ମିଳିବ ଏସି କୋଚ୍‌ ଭଳି ସୁବିଧା। ୧୭-ବିଶ୍ଵ ଟେଷ୍ଟ ଚମ୍ପିଆନ ହୋଇଛି ଦକ୍ଷିଣ ଆଫ୍ରିକା।ଦୀର୍ଘ ୨୭ ବର୍ଷ ପରେ ଦଳ ଡବ୍ଲ୍ୟୁଟିସି ଜିତି ଇତିହାସ ରଚିଛି। ୧୮-ଆମେରିକାର ମିନେସୋଟା ସହର:ମହିଳା ସାଂସଦ ଓ ସ୍ଵାମୀଙ୍କୁ ଗୁଳି କରି ହତ୍ୟା, ଆଉ ଜଣେ ସାଂସଦ ଗୁରୁତର। ୧୯-ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁ ଆକାଶରେ ‘ଟ୍ରାଫିକ ଜାମ୍’, ଦୈନିକ ବଦଳୁଛି ଶହଶହ ବିମାନଙ୍କ ରୁଟ୍। ୨୦-‘ତେହରାନ ଜଳିବ-ନିଆଁର ଜବାବ ନିଆଁରେ ଦେବୁ’; ଇରାନକୁ ଏପରି ଧମକ ଦେଲା ଇସ୍ରାଏଲ। ୨୧-ଆମେରିକା ଓ ବ୍ରିଟେନକୁ ଇରାନର ନାଲିଆଖି: ଇସ୍ରାଏଲକୁ ସାହାଯ୍ୟ କଲେ ଭୟଙ୍କର ହେବ ପରିଣାମ। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

Comments