ଖବର ଆଜିର
June 19, 2025 at 12:43 AM
*ଖବର ଆଜିର* ତାରିଖ:୧୯/୦୬/୨୫, ଗୁରୁବାର ୧-ଜୁନ୍ ୧୮ ରୁ ୨୩ ପର୍ଯ୍ୟନ୍ତ ପ୍ରବଳ ବର୍ଷା, ବଜ୍ରପାତ ଏବଂ ପବନ ବହିବାର ସମ୍ଭାବନା ଥିବାରୁ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ଆସାମ ଏବଂ ମେଘାଳୟ ପାଇଁ ରେଡ୍ ଆଲର୍ଟ ଜାରି କରିଛି ଆଇଏମଡି। ୨-ଭୁବନେଶ୍ୱର:ଦୂଷିତ ପାଣି ଯୋଗୁ ଡାଇରିଆ ବ୍ୟାପିଥିବା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଲେ କେନ୍ଦ୍ରୀୟ ଟିମ୍ । ୩-କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା ହେଲା ଯୁବ ଓ ବାଲ୍‌ ସାହିତ୍ୟ ପୁରସ୍କାର, ସୁବ୍ରତ ସେନାପତିଙ୍କୁ ଯୁବ ପୁରସ୍କାର ଓ ରାଜକିଶୋର ପାଢୀଙ୍କୁ ମିଳିବ ବାଲ୍‌ ସାହିତ୍ୟ ପୁରସ୍କାର। ୪-ଭୁବନେଶ୍ୱର:ଡାଇରିଆ ଡ଼ର ଯାଇନି ଏପଟେ ରାଜଧାନୀରେ ମାଡ଼ିଲାଣି ଜଣ୍ଡିସ୍‌; ୫୦ ଆକ୍ରାନ୍ତ ଚିହ୍ନଟ ପରେ ଚିନ୍ତାରେ ସ୍ୱାସ୍ଥ୍ୟବିଭାଗ। ୫-ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ନବୀନ ପଟ୍ଟନାୟକ: ସର୍ଭିକାଲ ଆଥ୍ରାଇଟିସ୍ ସମସ୍ୟା ନେଇ ହେବେ ଚିକିତ୍ସିତ। ୬-ଦୀଘା ମୁହାଁଣରେ ମତ୍ସ୍ୟଜୀବିଙ୍କ ଜାଲରେ କୁଇଣ୍ଟାଲ କୁଇଣ୍ଟାଲ ଇଲିସି , ଶସ୍ତା ହୋଇପାରେ ଦାମ। ୭-କଟକ:CMC ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି କମ୍ପାନୀରେ ରେଡ୍; ବିଶୁଦ୍ଧ ନ କରି ବିକ୍ରି କରୁଥିବାର ହୋଇଥିଲା ଅଭିଯୋଗ। ୮-ମାଷ୍ଟରକ୍ୟାଣ୍ଟିନ ରେଲୱେ ଷ୍ଟେସନ:ରାତାରାତି ୮ ଗୁଣ ବଢିଗଲା ପାର୍କିଂ ଫି', ମୁଣ୍ଡରେ ହାତ ଦେଲେଣି ଲୋକେ। ୯-ନନ୍ଦନକାନନ-ବାରଙ୍ଗରେ ନିମ୍ନମାନର ଖାଦ୍ୟ ବିକ୍ରି, ଆଶଙ୍କାରେ ପର୍ଯ୍ୟଟକ ଓ ଅଞ୍ଚଳବାସୀ। ୧୦-ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା : ଘଟଣାସ୍ଥଳରେ ଯାଞ୍ଚ କଲା ଟିମ୍। ୧୧-ମଞ୍ଚେଶ୍ବର, ସମେଇଗାଡିଆ ବଜାର:ଠେଲିଲେ ଚାଲୁଛି PCR, ସ୍ମାର୍ଟ ସିଟିରେ ଏମିତି; ଉପାନ୍ତରେ କେମିତି? ୧୨-ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ AI ଭିଡିଓ ପୋଷ୍ଟ କରି ବନ୍ଧା ହେଲେ ରାୟଗଡ଼ାର ଯୁବକ କିଶୋର କୌଶଲ୍ୟ। ୧୩-ବ୍ରହ୍ମପୁର:ପାଳଝଡ଼ି ଡବଲ୍ ମର୍ଡର ଘଟଣା, ଚାରି ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍। ୧୪-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତକୁ ନଜରରେ ରଖି ୨୦ ତାରିଖରେ କଟକ ଓ ଭୁବନେଶ୍ବରରେ ସମସ୍ତ ସ୍କୁଲ ଛୁଟି ଘୋଷଣା। ୧୫-ବଦଳିଲା ଫାଷ୍ଟ୍ୟାଗ୍‌ ନିୟମ, ଅଗଷ୍ଟ ୧୫ରୁ ବାର୍ଷିକ ଫାଷ୍ଟାଗ୍‌ ବ୍ୟବସ୍ଥା ହେବ, ଏଣିକି ବାର୍ଷିକ ୩ ହଜାର ଟଙ୍କା ଦେଇ ପାଇପାରିବେ ସୁବିଧା। ୧୬-୧୫ ଦିନରେ ମିଳିବ ସଂଶୋଧିତ ଭୋଟର ଫଟୋ ପରିଚୟ ପତ୍ର। ୧୭-ଭାରତ-କାନାଡ଼ା ସରକାରଙ୍କ ବଡ଼ ନିଷ୍ପତ୍ତି, ଉଭୟ ଦେଶରେ ପୁଣି ଖୋଲାଯିବ ଦୂତାବାସ। ୧୮-ଡେରାଡୁନ:କେଦାରନାଥ ଯାତ୍ରା ହେଲା ଶେଷଯାତ୍ରା,ଭୂସ୍ଖଳନରେ ଦୁଇ ମୃତ, ୩ ଆହତ। ୧୯-୨୦୩୦ ସୁଦ୍ଧା ସଡକ ଦୁର୍ଘଟଣା ୫୦% ହ୍ରାସ ଲକ୍ଷ୍ୟ – ନୀତିନ ଗଡକରୀ। ୨୦-ଅହମଦାବାଦ:ଚିହ୍ନଟ ହେଲା ୧୯୦ ଯାତ୍ରୀଙ୍କ DNA, ପରିଜନଙ୍କୁ ଦିଆଯାଇଛି ୧୫୯ ଶବ ୨୧-ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ଅପରେସନ ସିନ୍ଧୁ ଆରମ୍ଭ, ଫେରୁଛନ୍ତି ୧୧୦ ଭାରତୀୟ ଛାତ୍ର – ହେଲ୍ପଲାଇନ ନମ୍ବର ଜାରି:+୯୮ ୯୧୨୮୧୦୯୧୧୫,ଓ +୯୮ ୯୧୨୮୧୦୯୧୦୯ *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍 🙏 ❤️ 😂 😮 34

Comments