PDF MARKET
PDF MARKET
May 22, 2025 at 04:35 AM
*ଆଛା, ଲକ୍ଷ୍ୟ କଲେଣି ଏବକୁ ମାଟ୍ରିକ ହେଉ କି +2, କେହି ଆଉ ବିଶେଷ ଫେଲ ହେଉନାହାନ୍ତି | ମାଟ୍ରିକରେ ଶହେରେ 95 ପାସ | +2ରେ ଶହେରେ 87 ପାସ | ଖାଲି ପାସ ନୁହେଁ, ବେଶୀ ପିଲା ପାସ କରୁଛନ୍ତି ପ୍ରଥମ ଶ୍ରେଣୀରେ | ମୋତେ ଯାହା ଲାଗୁଛି ପିଲାମାନଙ୍କ ବୁଦ୍ଧି, ମେଧା ବଢ଼ିଗଲାଣି | ଶିକ୍ଷା ବ୍ୟବସ୍ଥା ବିଶ୍ୱସ୍ତରୀୟ ହୋଇଗଲାଣି | ଏଥିପାଇଁ ସମ୍ପୃକ୍ତ ସମସ୍ତଙ୍କୁ ଅଶେଷ ଧନ୍ୟବାଦ |ଏଇ ପୃଷ୍ଠଭୂମିରେ ମୋର ଗୋଟେ ପ୍ରସ୍ତାବ ଅଛି: ଯଦି ଆମ ଶିକ୍ଷା ବ୍ୟବସ୍ଥା ବିଶ୍ୱସ୍ତରୀୟ ହୋଇଗଲାଣି, ଅଧିକାଂଶ ପିଲା ଏତେ ଭଲ ନମ୍ବର ରଖି ପାସ କରୁଛନ୍ତି, ତେବେ 'ପରୀକ୍ଷା' ଜିନିଷଟାକୁ ଉଠେଇ ଦେଲେ କେମିତି ହୁଅନ୍ତା ! 'ପରୀକ୍ଷା' କରେଇବାର ଝାମେଲା ରହନ୍ତାନି, ଖାତାଦେଖା, ଠିକ ସମୟରେ ରେଜଲ୍ଟ ବାହାର କରିବାର ପ୍ରେସର ରହନ୍ତାନି | ଶିକ୍ଷକମାନେ ସେଇ ସମୟତକ ବିଦ୍ୟାଦାନରେ ବିନ ଵିନିଯୋଗ କରନ୍ତେ | ଛାତ୍ର ଛାତ୍ରୀମାନେବି ପରୀକ୍ଷାର ଟେନସନରେ ଭୋଗନ୍ତେ ନାହିଁ | ଶିକ୍ଷା ଆହୁରି ଆନନ୍ଦମୟ ହୋଇ ଉଠନ୍ତା |* _~ ମୃଣାଳ_
😂 👍 😢 ❤️ 😮 63

Comments