
PDF MARKET
June 14, 2025 at 02:03 PM
🌠 ରଜ ଆଉ ପହିଲି ରଜ 🌠
ଆମକୁ ବାପାଙ୍କ ଆଗରେ ଚକୋଲେଟ୍ ବି ପାଟିରେ ପକାଇବାକୁ ଡର ଲାଗୁଥିଲା। ଆଉ ଏବେ ବାପା ପୁଅ ମିଶି କି ପିଉଛନ୍ତି। ରଜ ଆସିଲେ ଗୋଟେ ବାହାନା ମିଳେ ପାନ ଟିକେ ଖାଇବା ପାଇଁ। ସାଧା ପାନ। ପାନରେ ଦଶ ପ୍ରକାର ମସଲା। ଆଗଭଳି ସେବେ ଛକ ଛକରେ ପାନ ଦୋକାନ ନଥିଲା। ତେଣୁ ପାନ ପାଇଁ ବୁଢ଼ୀ ମା ର, ପାନ ଡାଲା ଭରସା। ରସରେ ତିଆରି ଗୋଟେ ଚଉଡ଼ା ଜାଗା। କପଡ଼ାକୁ ଓଦା କରି ପାନ ପତ୍ର ଗୁଡେ଼ଇ ରଖିଥିବ ମା। ସେଇଠୁ ଫାଳେ ପତ୍ର ଚିରି, ମସଲା ରଖିବ। ଗୁଆକାତିରେ କାଟି ଟିକେ ଗୁଆ ଦେବ। ଯେତେ କହିଲେ ବି ଚୂନ ଦେବେନି, ଚୂନରେ କୁଆଡେ କଳ ଖାଏ। ସେଇ ପାନ ଖାଇ ପହିଲି ରଜ ଆରମ୍ଭ ହୁଏ। ପାନ ଚୋବେଇ ଶିଖି ନଥିବା ବୟସରେ ଛେପ ପକେଇବକୁ କେମିତି। ପ୍ରଥମେ ପ୍ରଥମେ ଢ଼ୋକି ଦେଉଥିଲୁ। ପରେ ଯେଣେତେଣେ ପ୍ରକାରେ ନାଲି ଛେପ ପକାଇ, ପୋଖତ ପାନ ଖିଆଳି ଭଳି ହେଉଥିଲୁ। ପାନ ଚୋବାଉ ଥିଲୁ କମ୍, ଛେପ ପକାଉଥିଲୁ ଅଧିକ। ମୁଁହ ସାରା ଲାଗିଥିବ ନାଲି ଛେପ, ସେଥିରୁ ବୋହିପଡ଼ି ସାର୍ଟ ନାଲି କରି ଦେଇଥିବ। ଏଇମିତି ଥିଲା ପହିଲି ରଜ। ପାନ ବିନା ପହିଲି ରଜ ସତରେ ଅଧୁରା। ଏଇମିତି ଥିଲା ଗାଁରେ ରଜ। ଗାଁ ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି, ଭିଜିଥିବେ ଏମିତି ପହିଲି ରଜରେ।
✍️ LEXBHAI
❤️
😂
👍
21