
PDF MARKET
June 17, 2025 at 03:48 AM
*ମଣିଷ ଯାଏ ମଣିଷ ଆସେ। ପୁରୁଣା ର ଜାଗା ନୂଆ ନିଏ । ଏ ପୃଥିବୀର କେଉଁ ଏକ କୋଣରେ କେଉଁ ମଣିଷ ଟେ ମୁଁହ ଫେରେଇ ନେଲା ବୋଲି ତ ଏ ପୃଥିବୀ ଆଉ ରହିଯିବ ନାହିଁ । ଆସିବ ଖରା ବର୍ଷା ପରେ ଶୀତ..ଯେମିତି ଯାହା ଯାହା ଗତାନୁଗତିକ ଭାବରେ ।ଆଜି ଯିଏ ଯାହା ପାଇଁ କାନ୍ଦୁଥାଏ କାଲି କୁ ସେ ପୁଣି ନିଜ ହସ ପାଇଁ ଅନ୍ୟ କାରଣ ଟେ ଯୋଗାଡ କରିନିଏ ଅନାୟସରେ।*
*ଜାଗା ଖାଲି ରହେନା, ମଣିଷ ଖାଲି ବି ରଖେନା। ସିଏ ପୁଣି ଆଉ କାହାର ଧରେ ହାତ, କାନ୍ଧରେ ମୁଣ୍ଡ ରଖି ପୁରୁଣା ସ୍ମୃତିର ଦୁଃଖ ବଖାଣେ, ଆସନ୍ତାକାଲି ପାଇଁ ସ୍ଵପ୍ନ ନାଇ ବୁଲେ ଆଖି ହଳକରେ, ମନ ଉଷୁମ ଲାଗେ। ଯିଏ ବାହାରି ଗଲା ସମ୍ପର୍କ ବୋଲି କିଛିରୁ ସେ ଆଗ ଡୋର ବାନ୍ଧେ ଅଲଗା କୋଉଠି, ଯିଏ ରହିଗଲା ଏକା ଖୋଜି ଖୋଜି ସେ ବି ପାଏ ଆଉ ଜଣେ ନୂଆ କିଏ।*
❤️
👍
😂
26