News ଖବର ଆଜିର
June 18, 2025 at 01:36 AM
*ଖବର ଆଜିର, ୧୮ ଜୁନ, ବୁଧବାର*
=======================
ବଙ୍ଗୋପସାଗରରେ ଦୁଇଟି ଲଘୁଚାପ, ଅଶାନ୍ତ ରହିବ ସମୁଦ୍ର, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା।
ରାଜ୍ୟରେ ଆଜିଠାରୁ ୨୦ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ସ୍ଥାନକୁ ସତର୍କ ସୂଚନା ଜାରି।
ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ସରିଲା, ଦ୍ବିତୀୟ ମେଧା ତାଲିକା ୨୨ ତାରିଖରେ ଆସିବ ।
ବର୍ତ୍ତମାନ ଅନଲାଇନରେ ବୁକ୍ ହେବ ଆମ୍ବୁଲାନ୍ସ, ଓଡ଼ିଶା ଯାତ୍ରୀ ଆପ୍ରେ ଯୋଡ଼ି ହେବ ଏହି ସେବା।
ରାଜ୍ୟରେ ପ୍ରତିଷ୍ଠା ହେବ ବନ୍ୟଜନ୍ତୁ ଶିକ୍ଷା ଏବଂ ଗବେଷଣା କେନ୍ଦ୍ର।
ରାଜସ୍ବ ବିଭାଗରେ ଆସିବ ସଂସ୍କାର, ପଞ୍ଚାୟତରେ ଖୋଲିବ ତହସିଲ, ଗାଁକୁ ଯିବେ ରାଜସ୍ବ ଅଧିକାରୀ।
ଦୁର୍ନୀତିଖୋରଙ୍କୁ ଧରାଇବା ପାଇଁ ଟୋଲ ଫ୍ରି ନମ୍ବର '୧୦୬୪'। ଫୋନ କରି ସୂଚନା ଦେଇପାରିବେ। odiaxpress
ଝାଡାବାନ୍ତି ପାଇଁ ସବୁ ଜିଲାକୁ ଆଲର୍ଟ। ମୃତ୍ୟୁ ସଂଖ୍ୟା ୨୨ ଛୁଇଁଲା। ରାସ୍ତାକଡ ଖାଇବା ଦୋକାନରେ ତଥାପି ଲୋକଙ୍କ ଭିଡ଼, ଖାଉଛନ୍ତି ଅଖାଦ୍ୟ
କଟକରେ ମଧ୍ୟ ଚିନ୍ତା ବଢାଇଛି ଝାଡାବାନ୍ତି। ପ୍ରାୟ ୬୪ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। odiaxpress
ପୁରୀରେ ତିନି ରଥର ଭୂଇଁରେ ପଡ଼ିଲା କଇଞ୍ଚି ଓ ଅନ୍ଧାରୀ ତାଗ, ନିର୍ମାଣ କାର୍ଯ୍ୟ ସରି ଆସୁଛି
ଭୁବନେଶ୍ୱର ବିଏମସିରେ ଗାଡିଚାଳକ ସୁରକ୍ଷା ସଚେତନତା ତାଲିମ କର୍ମଶାଳା ଅନୁଷ୍ଠିତ।
ରାଜସ୍ୱ ବିଭାଗରେ ଜମି କିସମ ସଂଖ୍ୟା କମିବ । ୭୦୦୦ ଜମି କିସମରୁ କମ୍ ହୋଇ ୨୭ଟି କିସମ ରଖାଯିବ । odiaxpress
ଆସନ୍ତା ୨୦ ତାରିଖରେ ସ୍କୁଲ ଖୋଲିବ। ଝାଡ଼ାବାନ୍ତି ଚାଲିଛି ଵୋଲି ସ୍କୁଲ କର୍ତ୍ତୃପକ୍ଷ ଚିନ୍ତାରେ
କୁମ୍ଭୀର ଆତଙ୍କ ଚିନ୍ତା ବଢ଼ାଇଲାଣି। ନଦୀଘାଟରେ ତାରଜାଲି ଲାଗିବ ବୋଲି ସରକାରଙ୍କ ନିଷ୍ପତ୍ତି
ଗଞ୍ଜାମ ଗୋପାଳପୁର ଦୁଷ୍କର୍ମ ଘଟଣାରେ ଦଶଜଣ ଗିରଫ। ସମୁଦ୍ର କୂଳରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିଲା
ବିପର୍ଯ୍ୟସ୍ତ ରାଜଧାନୀର ଲକ୍ଷ୍ମୀସାଗରରେ ବିଷାକ୍ତ ମଦ ପିଇ ଦୁଇଜଣ ମୃତ, ତିନିଜଣ ଗୁରୁତର। ଅବକାରୀ ବିଭାଗ ନିଷ୍କ୍ରିୟ। ମଦଦୋକାନ ସିଲ୍ କରି କର୍ତ୍ତବ୍ୟ କରିକଲେ
କେନ୍ଦ୍ରାପଡା ଆଳି ବଉଳ ଯୋଡ଼ି ଗାଁରେ ଗୋଷ୍ଠୀ ସଂଘର୍ଷ, ଗାଡ଼ି ପୋଡ଼ି, ଆକ୍ରମଣରେ ୧୧ରୁ ଉର୍ଦ୍ଧ୍ବ ଆହତ। odiaxpress
ମାଲକାନଗିରିରେ ପୁଣି ମାଓ ଉପଦ୍ରବ, ୩ ଜଣଙ୍କୁ ହତ୍ୟା, ୧୨ଜଣକୁ ଅପହରଣ।
ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ପାଦୁକା ସତ୍ସଙ୍ଗ ନାଁରେ ବୁଲିଲା ସନ୍ତୋଷ ରାଉଳ ସାରଥି ରଥ, ନାମ ସଂକୀର୍ତ୍ତନ ସହ ଚାଲିଲା ପୂଜାର୍ଚ୍ଚନା। odiaxpress
ମାଲକାନଗିରି ଜିଲ୍ଲା ଡାକ୍ତରଖାନାରେ ଶିଶୁକନ୍ୟା ମୃତ୍ୟୁ ଘଟଣାରେ ଡାକ୍ତରଙ୍କୁ ମାଡ଼, ଏତଲା ଦେଲେ ଡାକ୍ତର। odiaxpress
ଭଦ୍ରକ ତଳାଙ୍ଗ ଗାଁରେ ସ୍ତ୍ରୀଙ୍କୁ ଫେରାଇ ଆଣିପାରିଲେନି ସ୍ବାମୀ, ଶ୍ବଶୁର ଗ୍ରାମ ପୋଖରୀ ହୁଡାରୁ ଜ୍ୱାଇଁ ମୃତଦେହ ଉଦ୍ଧାର
କେନ୍ଦୁଝର ଆନନ୍ଦପୁର ପୌରାଞ୍ଚଳରେ ହୋଟେଲ ଓ ଢାବାରେ ଚଢାଉ, ମିଳିଲା ପୁଳ ପୁଳା ବାସି ଖାଦ୍ୟ।
ବାଲେଶ୍ଵର ସୋର ରାଜପଥରେ ଯୁବକଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ୍, ଶବ ରଖି ଧାରଣା ଦେଲେ ଲୋକେ। odiaxpress
ଗଂଜାମ ଗୋଳନ୍ଥରା ବି.ଗୋବିନ୍ଦପୁର ନିକଟରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରି ଜଣେ ଯୁବକ ଗିରଫ
ବୌଦ୍ଧ କ୍ଷୁଦ୍ରଜଳସେଚନ ବିଭାଗ ପକ୍ଷରୁ ହରଭଙ୍ଗା ବ୍ଲକ ପୁରୁଣାକଟକ ଡିଭିଜନ ଦ୍ୱାରା ଦୁଇମାସ ତଳେ କେନାଲ ହୁଡାରେ ହୋଇଥିବା ପିଚୁରାସ୍ତା ଫାଟି ଆଁ ହେଲାଣି। ସରକାରୀ ଇଞ୍ଜିନିୟରଙ୍କ ସାଧୁତା ନେଇ ପ୍ରଶ୍ନବାଚୀ। odiaxpress
ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ୨୪ ଘଣ୍ଟାରେ ୯ ଟି ଏୟାର ଇଣ୍ଡିଆ ବିମାନ ବାତିଲ।
ବିଚାରପତି ପରୀକ୍ଷା ପାଇଁ ତିନି ବର୍ଷର ଓକିଲାତି ଅଭ୍ୟାସ ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ଦେଇଥିବା ରାୟ ବିରୋଧରେ ରିଭ୍ୟୁ ପିଟିସନ୍ ଦାଖଲ। odiaxpress
ଇରାନର ଏକତୃତୀୟାଂଶ କ୍ଷେପଣାସ୍ତ୍ର ଲଞ୍ଚର ଧ୍ୱଂସ କରିଛୁ ବୋଲି କହିଲା ଇସ୍ରାଏଲ
ଆସନ୍ତା ଜୁଲାଇ ୫ରେ ଜାପାନରେ ଏକ ବଡ଼ ସୁନାମି କିମ୍ବା ଭୂମିକମ୍ପ ଆସିପାରେ ବୋଲି ଜ୍ୟୋତିଷ ବାଣୀ
=======================
ଆଜି ଅଟିଷ୍ଟିକ ସଚେତନତା ଦିବସ
ଅନ୍ତର୍ଜାତୀୟ ପିକନିକ ଦିବସ
ଆଜି ଜନ୍ମଦିନ: କେଏସ ସୁଦର୍ଶନ, ବିଜୟ ଚେରିୟାର, ଚିରାଗ ଗାନ୍ଧୀ, ଶ୍ରୀକାନ୍ତ ଜେନା (ଯାଜପୁର), ବିଶ୍ୱନାଥ ରଥ (ଚଳଚ୍ଚିତ୍ର ନିର୍ଦ୍ଦେଶକ, ଜୟପୁର), ଇପ୍ସିତା ପତି (ମଡେଲ, ସମ୍ବଲପୁର)
ଆଜି ତିରୋଧାନ: ନସୀମ ବାନୋ
ଇତିହାସରେ ଆଜି ଦିନ: (୧୫୭୬) ମହାରାଣା ପ୍ରତାପ ଓ ଆକବର ମଧ୍ୟରେ ହଳଦୀଘାଟୀ ଯୁଦ୍ଧ/ (୧୬୫୮) ଆଗ୍ରା କିଲ୍ଲା ଦଖଲ କଲା ଆଉରଙ୍ଗଜେବ/ (୧୮୧୨) ଆମେରିକା ଓ ବ୍ରିଟେନ ମଧ୍ୟରେ ଯୁଦ୍ଧ ଆରମ୍ଭ/ (୧୮୧୫) ୱାଟରଲୁ ଯୁଦ୍ଧରେ ବ୍ରିଟିଶ ଠାରୁ ନେପୋଲିୟନ ପରାସ୍ତ/ (୧୯୪୬) ପର୍ତ୍ତୁଗୀଜ ବିରୁଦ୍ଧରେ ସତ୍ୟାଗ୍ରହ କଲେ ରାମ ମନୋହର ଲୋହିଆ/ (୧୯୮୭) ଏମଏସ ସ୍ୱାମୀନାଥନ ପାଇଲେ ପ୍ରଥମ ବିଶ୍ୱ ଖାଦ୍ୟ ପୁରସ୍କାର/ (୧୯୯୧) କଂଗ୍ରେସ ଜିତିଲା ଲୋକସଭା ନିର୍ବାଚନ/ (୨୦୧୭) ଭାରତକୁ ହରାଇ ପାକିସ୍ତାନ ଜିତିଲା ଚମ୍ପିୟାନ କ୍ରିକେଟ ଟ୍ରଫି
=======================
*ଗଛଟିଏ ଲଗାନ୍ତୁ 🌱*
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
👍
❤️
🙏
12