SS Publication
                                
                            
                            
                    
                                
                                
                                June 15, 2025 at 06:33 PM
                               
                            
                        
                            ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ ୬୬
#ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025
(ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ)
   ରାତି ପ୍ରାୟ ଦଶଟା । ଏବେ ମଧ୍ୟ ଅନନ୍ୟାଙ୍କ ଆଖିରୁ ଝରୁଛି ଲୁହ । ସେ ଭାବନା ଜଳନ ର , ଇର୍ଷା ର । ସେ ଭାବନା ଆତ୍ମୀୟତା ର । ସ୍ତ୍ରୀ ହେଇ କିପରି ସହିବେ ଅନ୍ୟ ଏକ ଝିଅର ଉପସ୍ଥିତି ତେଣୁ କ୍ରୋଧରେ ସେ କିଛି ଡ୍ରିଙ୍କ କରିଥିଲେ । ନିଜ ବଂସ ପରମ୍ପରା ର ମlନ୍ ସମ୍ମାନ କୁ ପାଦରେ ଦଳି ନଷ୍ଟ କରିଥିଲେ । ସନ୍ଦେହ ସବୁବେଳେ ସମସ୍ୟା,ଅନର୍ଥ  ତିଆରି କରିଥାଏ କିନ୍ତୁ ବିଶ୍ବାସ ସବୁ ସମସ୍ୟା ର ସମାଧାନ କରିଥାଏ କିନ୍ତୁ ମଣିଷ ଜନ୍ମ ପାଇଁ ଅନନ୍ୟା କଣ କରିବେ । କିପରି ଏହି ଆଘାତ ସାହିବେ ? ଆଘାତ ମଣିଷକୁ ବଦଳେଇ ଦେଇଥାଏ କିନ୍ତୁ ଅବହେଳା ମଣିଷକୁ ବାସ୍ତବତା ଶିଖେଇ ଦେଇଥାଏ। 
    ଏମିତି ଅନାବନା ଭାବନାରେ ଅନନ୍ୟା କାନ୍ଦୁଥିବା ବେଳେ ଘରେ ପହଁଚିଲେ ଅରଣ୍ୟ ବାବୁ । ତାଙ୍କର ଏଭଳି ଦୁର୍ଦ୍ଦଶା ଦେଖି ସେ ଭାଙ୍ଗିପଡି କହିଲେ,  ଅନନ୍ୟା ଏ କଣ ତୁମେ କରୁଛ । ମଣିଷ କୁ କ୍ରୋଧ ନଷ୍ଟ କରେ । ତୁମ ସ୍ଥାନ ସ୍ଵତନ୍ତ୍ର କିନ୍ତୁ ତୁମେ ଏମିତି ବେକାର ଚିନ୍ତାଧାରା ରେ ନିଜକୁ କଣ ପାଇଁ ତିଳ ତିଳ କରି ନଷ୍ଟ କରିବାକୁ ବସିଛ ..! ତୁମେ ଏଇ ଅରଣ୍ୟର ସ୍ତ୍ରୀ । ତୁମ ସ୍ଥାନ ଅନ୍ୟ କେହି ନେବା ଦୂରର କଥା ସେମାନେ ମୋ ପାଖକୁ ପହଞ୍ଚିବା ହିଁ କଷ୍ଟ । ତୁମର ଯଦି ନିଜ ଉପରେ ବିଶ୍ବାସ ନାହିଁ ତେବେ ଅନ୍ୟ କିଏ କାହିଁକି ଆମକୁ ବିଶ୍ବାସ କରିବ?ତେଣୁ ସର୍ବଦା ନିଜର ଆତ୍ମବିଶ୍ୱାସ ରଖିବା ଉଚିତ ଅନନ୍ୟା ତେବେ ଆମକୁ ..ଆତ୍ମତୃପ୍ତି ହେବ। ଏବେ ତୁମେ ଏଇ ମୁହଁ ଫୁଲେଇ ବସିବା ଛାଡ଼ି ଚାଲ ଯିବା ଡିନର କରିବା । 
ଆସ ତଳକୁ ...!
  ଅନନ୍ୟା କିଛି ସମୟ ଚୁପ୍ ଚାପ୍ ରହିବା ପରେ କହିଲେ , ନିଜେ କଣ ସବୁ କହିଛ ଆଗ ଦେଖ ।
ମୁଁ ଉଦ୍ଧତ ହେଲେ ହେଲି ।
ମୋତେ ଯେତେ ସ୍ଵବୁ ନମ୍ୱର୍ ଦେଇ କହିଛ । ଗୁଣ ଖୁଣ ବଖାଣିଛ ନିଜକୁ ଆଗ ପଚାରିବ ?
ତମେ ଯେତେବେଳେ ସ୍ୱାର୍ଥପର ଭାବରେ ମୋତେ ଯାହା କହିବା କଥା କହିଛ ଅରଣ୍ୟ । ଏତେ ସବୁ ଶୁଣିବାପରେ ,ମୁଁ କେଉଁ ନିଲ୍ଲଜ୍ ପଣରେ ପୁଣି ତମ ସମୟ ରେ ଭାଗ ବାଣ୍ଟିବି । ମୁଁ ଖରାପ ହେଲେ ହେଲି 
ଭଲ ଯିଏ ତୁମ ପାଖରେ ଥାଆନ୍ତୁ । 
ମୋତେ କେହି ମିଳିବା ଆବଶ୍ୟକ ନାହିଁ । ମୁଁ କାହାର କିଛି ନୁହେଁ । ମୁଁ କଣ୍ଟାକ୍ଟ ପେପର ରେ ସାଇନ କରିଥିବା ଜଣେ ସ୍ତ୍ରୀ । ସବୁର ସୀମା ଅଛି ଅରଣ୍ୟ , ମୁଁ ପଥର ନୁହେଁ ..! 
ତମକୁ ଖୁସି ଦେବାକୁ ସମସ୍ତେ ଅଛନ୍ତି ମୋ ପାଇଁ କାଇଁ କଷ୍ଟ ପାଇବ ତୁମେ ? କଣ ପାଇଁ ମୁଁ ତୁମ ବିଷୟରେ ଜାଣିବାକୁ ଚେଷ୍ଟା କରିବି ? ମୁଁ କିଏ ତୁମର ? ମୋ ଠାରୁ ତୁମର ସାଙ୍ଗ ସାଥି , ପ୍ରେମିକା , ଡାକ୍ତର , ଡାକ୍ତରାଣୀ ଓ ଚାକର ଚାକରାଣୀ ସବୁ ନିଜର । ଯାହାକୁ ଯାହା ପଚାରିଲେ କହିବେ କଣ ? ଅରଣ୍ୟ ସାର ରାଗିବେ..! ଅରଣ୍ୟ ସାର ପ୍ରୋଟକଲ ରେ ଅଛନ୍ତି ? ତେଣୁ ମୋ ଭଳି ଜଣେ ଫାଲତୁ ଝିଅ ପାଇଁ ତୁମେ କଷ୍ଟ କଣ ପାଇଁ ପାଇବ ଅରଣ୍ୟ ବାବୁ । ମୁଁ ଜାଣିଛି ଯେ , "ମୁଁ ଫାଲତୁ ..! ଉଦ୍ଧତ୍ , ଚରିତ୍ରହୀନ ଓ ଏମିତି ଅନେକ କିଛି । ଯାଆ ତୁମେ ଖାଇବ , ମୋର ଖାଇବାର ନାହିଁ । ଏମିତିରେ ମୁଁ ଏହି ଛୋଟ କାମ କରି ତୁମ ନଜର ରେ ଛୋଟ ହେଇଛି । 
   ଅନନ୍ୟାଙ୍କ କଥା ଶୁଣି ଅରଣ୍ୟ କହିଲେ ଆଛା ବାବା , ମୁଁ ଖରାପ । ମୋ ଗୁଣ ଖରାପ କିନ୍ତୁ ଖାଇବା ସହିତ ତୁମର ଶତ୍ରୁତା କଣ ଅଛି । ତୁମେ ଏମିତି ବେଡ଼ ରେ ପଡ଼ି ରହିବ ଆଉ ତୁମେ ଜାଣିଛ ମୋତେ ବାହାର ଖାଦ୍ୟ ପସନ୍ଦ ନୁହେଁ ତଥାପି ତୁମେ ଯଦି ମୋତେ ଉପାସ ରଖିବାକୁ ଚାହୁଁଛ ତେବେ ମୋର କିଛି କହିବାର ନାହିଁ । ଆଉ ଆମ ସରି । 
  ଅରଣ୍ୟ ବାବୁଙ୍କ କଥା ଶୁଣିବାପରେ ଅନନ୍ୟା କହିଲେ ଆଛା ମୁଁ ଖାଇବାକୁ ଯିବି କିନ୍ତୁ ମୋର ଗୋଟେ ସର୍ତ୍ତ ଅଛି । ଆଜି ପର୍ଯ୍ୟନ୍ତ ମୁଁ ତୁମର ସବୁ ସର୍ତ୍ତ ମାନି ଚାଲିଛି କିନ୍ତୁ ଆଜି ମୋ ପାଳି । 
  ଅନନ୍ୟାଙ୍କ ମୁହଁରୁ ଏଭଳି ଶବ୍ଦ ଶୁଣି ଅରଣ୍ୟ ବାବୁ କହିଲେ ତୁମେ ଏତେ ଜିଦ୍ଗି କଣ ପାଇଁ କରୁଛ ଅନନ୍ୟା । ତୁମେ କିପରି ଝିଅ କେଜାଣି । ଯାହାକୁ କୁହନ୍ତି ଗୋଟେ ଗlଲେଇ ତୁମେ । ଖାଇବାପାଇଁ ଚାଲ ଯିବା । ବେଶୀ ନାଟକ କରିଲେ ଭଲ ନୁହେଁ । କିନ୍ତୁ ଅରଣ୍ୟଙ୍କ  କଥାରେ ଅନନ୍ୟା କହିଲେ , ହଁ ତୁମେ କିପରି ପୁଅ କେଜାଣି । ତୁମକୁ କିସ କରିବା ଆସୁ ନାହିଁ । ତୁମ ଚର୍ତୁପlର୍ଷ୍ୱରେ କେବଳ ଡାହାଣୀ , ଅସୁରଣି ଆଉ ବାଡି ଖାଇ ମlଙ୍କେଡି ଗୁଡ଼ା ବୁଲୁଛନ୍ତି । ତାଙ୍କୁ କଣ ମୋରି ସ୍ବାମୀ କେବଳ ଦେଖା ଯାଉଛନ୍ତି । ସେମାନେ ତୁମ ପାଖରେ ଏମିତି ବୁଲିଲେ ମୋତେ ରାଗ ଲାଗେ । ତାପରେ ମୁଁ ମୋର ସିଷ୍ଟଚାର ଭୁଲିଯାଏ । କିନ୍ତୁ ଆଜି ତୁମେ ମୋ କଥା ନଶୁଣି ଯିବ ଯଦି ମୋ ଠାରୁ ଖରାପ କେହି ହେବେନି। 
   ଅନନ୍ୟାଙ୍କ କଥା ଶୁଣି ଅରଣ୍ୟ ଚିନ୍ତାରେ ପଡ଼ିଗଲେ । ଏବଂ ଅନନ୍ୟାଙ୍କ କଥାରେ ଅରଣ୍ୟ ମଧ୍ୟ ଫ୍ରେଞ୍ଚ କିସ କରିବାକୁ ରାଜି ହେଇଗଲେ । ଏହାପରେ ଅନନ୍ୟା କହିଲେ ଦେଖ ଅରଣ୍ୟ ତୁମେ ମୋତେ କିସ୍ କରିବାକୁ ଇଚ୍ଛା କରୁନ ଯଦି ମୁଁ ତୁମକୁ କିସ କରିବା ଶିଖାଇବି। ମୋ ସହିତ ସମସ୍ତେ ଚିତିଂ କରିଲେ  ? ମୋ ଜୀବନ ଏମିତି କିଛି । 
  ଅନନ୍ୟାଙ୍କ ଏଭଳି ସୀରିଏସ ହେବା ଦେଖି ଅରଣ୍ୟ କହିଲେ ଆରେ ବାବା ମୁଁ କଣ କରିଲି । କିଏ ତୁମ ସହିତ ଚିଟ୍ କରିଲେ କୁହ ?  ତାପରେ ମୋର ଏହା ସହିତ କଣ ସମ୍ପର୍କ ଅଛି ? 
 _ ଅଛି ଅରଣ୍ୟ ବାବୁ । ପ୍ରଥମେ ମୋତେ ଛୋଟ ବୟସରେ ମୋର ବାପା ମୋ ମାଆ ଛାଡ଼ି ଚାଲିଗଲେ । ତାପରେ ମୋ ପାଖରେ ତାଙ୍କ ଛୋଟ ପୁଅକୁ ଛାଡ଼ି ଯାଇ ମୋ ଜୀବନରେ ପୁଣି ସମସ୍ତ ଅସୁବିଧା ଲେଖିଲେ । ସେ ହାର୍ଟ ରୋଗରେ ପୀଡିତ ହେଲା । ତାପରେ ମୋତେ ଲକ୍ଷାଧିକ ଟଙ୍କା ଆବଶ୍ୟକ ପଡିଲା ଏବଂ ମୁଁ ଭଗବାନ ଶ୍ରୀ ଗଣେଶଙ୍କ ପାଖରେ ଗୁହାରି କରିଲି । ମୋର ଏବଂ ଭଗବାନ ଶ୍ରୀ ଗଣେଶ ଙ୍କ କଥା ପ୍ରଥମେ ମାନସ ଶୁଣିବା ଚିଟ୍ କରିଲେ । ତାପରେ ବିବାହ କରିବାକୁ କହିଲେ କିନ୍ତୁ ତୁମ ସହିତ ବିବାହ ନହେଇ ସାହାଡ଼ା ଗଛକୁ ବିବାହ କରିଲି । ବିବାହ ପରେ ତୁମର ସ୍ତ୍ରୀ ହେଲି ସତ କିନ୍ତୁ ତୁମ ପ୍ରେମ ପାଇବାର ଯୋଗ୍ୟ ଆଜି ପର୍ଯ୍ୟନ୍ତ ହେଇପରିଲି ନାହିଁ । ତୁମେ ମୋତେ ଚିଟ୍ କରି ଅନେକ ଝିଅଙ୍କୁ ପାଖରେ ରଖିଛ । ତାଙ୍କ ସହିତ ପ୍ରେମାଳପ କରୁଛ  କଣ ଏହା ସତ୍ୟ ନୁହେଁ ମିଷ୍ଟର ହିଟଲର। କିନ୍ତୁ ଆଜି ମୋର ମୋ ଭାଗ୍ୟରେ ଥିବା ସମସ୍ତ ପ୍ରେମ ଆବଶ୍ୟକ । ମୁଁ କିଛି ଶୁଣିବି ନାହିଁ । ମୋତେ ପ୍ରେମ କର ଅରଣ୍ୟ । ମୋ ଦେହରେ ଶିହରଣ ହେଉଛି । ମୁଁ ତୁମ ପ୍ରେମରେ ପlଗଲିନି ହେଇଯିବି ନଚେତ । ତୁମକୁ ଛାଡ଼ି ବଞ୍ଚିବା କଷ୍ଟ ମୋ ପାଇଁ । ଆସ ଅରଣ୍ୟ ,ଆସ ମୋ ପାଖକୁ । ତୁମକୁ କିସ କରିବାକୁ ଆସୁନାହିଁ ଯଦି ମୁଁ ତୁମକୁ ଶିଖାଇବି କିପରି କିସ କରନ୍ତି । ଘର କଥା ଘରେ ରହିବ । ବାହାରେ ମୁଁହ ମାରିବାକୁ ଆବଶ୍ୟକ ପଡ଼ିବ ନାହିଁ । 
ଅନନ୍ୟାଙ୍କ କଥା ଶୁଣି ଅରଣ୍ୟ ଚୁପ ଚାପ ଅନନ୍ୟାଙ୍କ ପାଖକୁ ଚାଲିଗଲେ ଏବଂ କହିଲେ ଆରେ ଏବେ ପର୍ଯ୍ୟନ୍ତ ତୁମର ନିଶା ଛାଡ଼ି ନାହିଁ । ଟିକେ କଥା ଧୀରେ କୁହ , କିଏ ଶୁଣିବ ଯଦି । 
   
   
କ୍ରମଶଃ...
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।