
SS Publication
June 16, 2025 at 06:25 PM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ ୬୭
#ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025
(ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ)
କଥାରେ ଅଛି ଯେଉଁ ସମ୍ପର୍କ ଆମକୁ କନ୍ଦେଇ ଦିଏ, ତା ଠାରୁ ଗଭୀର ସମ୍ପର୍କ ଆଉ ଦୁନିଆରେ ନାହିଁ....। ଅରଣ୍ୟ ବାବୁ ମଧ୍ୟ ଅନନ୍ୟାଙ୍କ ଭଲପାଇବା , ସ୍ନେହ ପ୍ରେମ ଓ ସମର୍ପଣ ପାଖରେ ହlରିଗଲେ । ସେ ଯେମିତି ଯାଇ ଅନନ୍ୟା ମାମଙ୍କ ପାଖରେ ବସିଲେ ଅନନ୍ୟା ତୁରନ୍ତ ତାଙ୍କ ପାଖକୁ ଆସି ଭୁଲ ମାଗିବା ବେଳେ ତାଙ୍କ ପାଦ ଖସିଗଲା ଏବଂ ସେ ଅରଣ୍ୟ ବାବୁଙ୍କ ଉପରେ ପଡିଲେ । ଏହା ମଧ୍ୟ ଖୁବ୍ ସଂଯୋଗ
। ଏମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା । ବିଲେଇ କପାଳ କୁ ଶିକା ଛିଡ଼ିଲା ଭଳି ଅରଣ୍ୟ ଙ୍କ ଓଠରେ ଅନନ୍ୟାଙ୍କ ଓଠ ଏକାକୀ ହେଇଗଲା । ମୌକା କିଏ ବା ଛାଡେ।
ଅନନ୍ୟାଙ୍କ ଇଚ୍ଛା ପୂର୍ତ୍ତି ହେଲା । ଅନନ୍ୟା ଅରଣ୍ୟ ଙ୍କୁ ଖୁବ୍ ଚୁମ୍ବନ ଦେଲେ । ପ୍ରତ୍ୟେକ କ୍ରିୟା ର ପ୍ରତିକ୍ରିୟା ଅଛି । ଏହା ନ୍ୟୁଟର୍ନ ଙ୍କ ନିୟମର ଅଂଶ । ଠିକ ସେଇଟା ମଧ୍ୟ ହେଲା । ଅନେକ ଦିନର ଲାଳାୟିତ ଇପ୍ସିତ ଓଠ ଆଜି ଓଠର ଛୁଆଁ ରେ ତୃପି ହେଲା । ଅରଣ୍ୟ ଙ୍କ ଦେହରେ ନିଆଁ ଲାଗିବା ସହିତ ଅନନ୍ୟାଙ୍କ ସଂପୂର୍ଣ୍ଣ ବଦନ ଟା ଶିହରୀଉଠୁଥିଲା। ଅରଣ୍ୟଙ୍କ ଦେହର ଉଷ୍ମତା ଏବଂ ତାଙ୍କ ଶୀତଳ ଛୁଆଁ ରେ ଅନନ୍ୟାଙ୍କ ଦେହରେ ଖେଳିଗଲା ପ୍ରେମ ସିକ୍ତ ଶିହରଣ । ମନଟା ଉନ୍ମlଦିତ ହେଲା । ସାତ ମେଘର ସ୍ପର୍ଶ ସେ ଅନୁଭବ କରିଲେ । ଆଖିରେ ତାଙ୍କ ସ୍ୱପ୍ନର ଉପବନ ଟା ବର୍ଷlର ମୃଦ୍ୟୁ ଛିଟା ରେ ଯୌବନର ଅଙ୍କୁର ଟା ଅଙ୍କୁରିତ ହେଲା । ତାଙ୍କ ଭଲପାଇବା ର ଅଗଣାରେ ଖେଳିଗଲା ରକ୍ତ ଗୋଲାପର ଅନେକ ଗୁଡ଼ିଏ କଳିକା। ବିନ୍ଦୁ ରୁ ପରିଧି ଜୟେଁ ସେ କେବଳ ତାଙ୍କ ମନର ରାଜା । ବୋଧ ହୁଏ ଏହି ଚୁମ୍ବନ ଫ୍ରେଞ୍ଚ୍ ଚୁମ୍ବନ କୁହାଯାଏ ।
ଅରଣ୍ୟ ବାବୁ ଏବଂ ଅନନ୍ୟା ଫ୍ରେଞ୍ଚ୍ ଚୁମ୍ବନ ର ମଜାରେ ଜୀବନର ସବୁ ଦୁଃଖ , କଷ୍ଟ ଶୋକ ଭୁଲି ହଜିଗଲେ ପ୍ରେମ ରାଇଜ ର ଅଥଳ ସାଗର ରେ । ସମୟ ଅନେକ ହେଲାଣି । ବେଡ଼ ରୁମ୍ ସାମ୍ନାରେ ଅନେକ ସମୟରୁ ଛିଡା ହେଇଛନ୍ତି ମାନସ ବାବୁ କିନ୍ତୁ ସେ ଏହି ସବୁ ଘଟଣା ର ପ୍ରେମ ସିକ୍ତ ଶିହରଣ ଏବଂ ଶବ୍ଦ ର ହୁଁଙ୍କାର ତାଙ୍କ କର୍ଣ୍ଣ କୁ ସ୍ପର୍ଶ କରିନାହିଁ । କିନ୍ତୁ ସେ କଣ ପାଇଁ ଏମିତି ନିର୍ଜୀବ ବସ୍ତୁ ଭଳି ଛିଡା ହେଇଥିଲେ କହିବା ମଧ୍ୟ କଠିନ । ଠିକ୍ ସେହି ସମୟରେ ଗନ୍ଧର୍ବ କାକା ଆସି କହିଲେ ମାନସ ବାବୁ । ବାବୁ କଣ ଆରାମ କରୁଛନ୍ତି କି ? ତାଙ୍କ ଖାଦ୍ୟ ଏଠାକୁ ପଠାଇ ଦେବି ନା ସମସ୍ତେ ଆସିବେ ।
ଗନ୍ଧର୍ବ କାକାଙ୍କ , ମାନସ ବାବୁ ଡାକ ରେ ଅରଣ୍ୟ ଏବଂ ଅନନ୍ୟା ପ୍ରକୃତିସ୍ଥ ହେଲେ ଏବଂ ଦୁହେଁ ନିଜର ବସ୍ତ୍ର ବଦଳାଇବା ସହିତ ବାହାରକୁ ଆସିଲେ । ସମୟ ରାତି ପ୍ରାୟ ୧୨ ଟା ବାଜିଲାଣି । ଆଜି ବୋଧହୁଏ ପ୍ରଥମ ଥର ପାଇଁ ରାଏ ବାହାଦୁର ମେନସନ ର ନିୟମ କାନୁନ ସବୁ ଭଙ୍ଗ ହେଇଛି । ସମସ୍ତେ ଉପାସ ଭୋକରେ ଆଉଟୁ ପାଉଟୁ ହେଲେଣି ତେଣୁ ମାନସ ବାବୁ କହିଲେ ରୁହ ମୁଁ ଅରଣ୍ୟ ସାରଙ୍କୁ ଡାକେ । ବୋଧ ହୁଏ ତାଙ୍କ ଦେହ ଅସୁସ୍ଥ ପୁଣି ହେଇଗଲା । ତାପରେ ଅନନ୍ୟା ଭାଉଜ ମଧ୍ୟ ଏପର୍ଯ୍ୟନ୍ତ ନିଶାରେ ଚୂର୍ ଅଛନ୍ତି ।
ମାନସ ବାବୁଙ୍କ ଡାକିବା ପୂର୍ବରୁ , ଅରଣ୍ୟ ଏବଂ ଅନନ୍ୟା ଦୁଆର ଖୋଲି ବାହାରକୁ ଆସିଲେ। ମାନସ ବାବୁଙ୍କ ମୁହଁରେ ମାକ୍ସ ନାହିଁ । ଓଠରେ ରକ୍ତିମ ଲିପଷ୍ଟିକ ର ଚିହ୍ନ ସଫା ଦେଖା ଯାଉଛି । ତାଙ୍କର ଗୋରା ଦକ ଦକ ପ୍ରସସ୍ଥ ବକ୍ଷରେ ଲାଗିଥିବା ଚୁମ୍ବନ ର ଦାଗକୁ ହାଲକା ପତଳା ଧଳା ରଙ୍ଗର ସାର୍ଟ ଲୁଚାଇ ରଖି ପାରୁନି । ଏମିତି ଅସହଜ ପ୍ରତିକ୍ରିୟା ଦେଖି ମାନସ ବାବୁ କହିଲେ କଣ ମିଷ୍ଟର ହିଟଲର ଆଜି ରୋମିଓ ବେଶରେ । କଥା କଣ କି ? ଭାଉଜଙ୍କ ପ୍ରେମ ଆଜି ସଂପୂର୍ଣ୍ଣ ମିଳିଛି ନା କଣ ?
ମାନସ ବାବୁଙ୍କ ଏଭଳି ତାତ୍ସଲ୍ୟ କଥାରେ ଅନନ୍ୟା ସଂପୂର୍ଣ୍ଣ ଲାଜେଇ ଗଲେଣି । ଏପଟେ ଅରଣ୍ୟ ବାବୁଙ୍କ ମୁଁହ ଟା ସରମରେ ତଳକୁ ହେଇଗଲା । କିନ୍ତୁ କଥା କୁ ବଦଳାଇ ଅରଣ୍ୟ ବାବୁ କହିଲେ ଆରେ ସେମିତି କିଛି ନୁହେଁ । ତୁ ଏତେ ସେତେ ଭାବିବା ଆବଶ୍ୟକ ନାହିଁ । ହୁଁ କହିବୁ ଯଦି ତୋର ବିବାହ ସେ ଗାଳ୍ପିକାଙ୍କ ସହିତ କରିଦେବା । ଦେଖିବାକୁ ଖୁବ୍ ସୁନ୍ଦର । ପାଠ ରେ ସାଠ ରେ ଝିଅ ଏକ ନମ୍ବରି। ତାପରେ ତାଙ୍କ ପଛରେ ଏମିତି ହଜାରେ ପ୍ରେମିକ ପଡିଛନ୍ତି କିନ୍ତୁ ସେ ...!
କଣ ସେ ...? ଅରଣ୍ୟ ।
କିଛି ନୁହେଁ । ଅଧିକ ଜାଣିବା ପାଇଁ ତୁ ତୋର ଭାଉଜ ଅନନ୍ୟା ସହିତ ସମ୍ପର୍କ କରେ । କିନ୍ତୁ ଏବେ ବିଳମ୍ବ ହେଲାଣି ସମସ୍ତଙ୍କ ପାଇଁ ଏକାଠି ଖାଇବା ବ୍ୟବସ୍ତା କର । ସମସ୍ତେ ଏକାଠି ଖାଇବା ଆଜି ।
ଆରେ ବାଃ ...;
ଲଙ୍କାରେ ରାମ ନାମ । କି ପରିବର୍ତ୍ତନ ହେଲା ଯୁଗ ରେ ବାବା , ଆଜି ମିଷ୍ଟର ମନୋଷ୍ଟର ହିଟଲର ଙ୍କ ଆଜି ମନ୍ ବଦଳି ଗଲା । ଏମିତି ଅଚାନକ ବଦଳିବା କାରଣ ଅବଶ୍ୟ ମୁଁ ବୁଝି ପାରୁଛି । ହଉ ଚାଲ ଯିବା ଖାଇବା ଏବେ ।
ସମସ୍ତେ ଖାଇବାକୁ ଚାଲିଗଲେ । ଅନନ୍ୟା ଖାଇବା ପରିବର୍ତ୍ତେ ଅରଣ୍ୟଙ୍କ ପାଇଁ ଆଉ କିଛି ବ୍ୟଞ୍ଜନ ପ୍ରସ୍ତୁତ କରିବାକୁ ଲାଗିଲେ । କିଛି ସମୟ ମଧ୍ୟରେ ଖାଇବା ପର୍ବ ସରିଗଲା । ଏବେ ସମସ୍ତଙ୍କୁ ନିଦ ପ୍ରବଳ ମାତ୍ରାରେ କିନ୍ତୁ ଅରଣ୍ୟ ବାବୁ ଏବଂ ମାନସ ବାବୁ ଦୁହେଁ ଚାଲିଗଲେ ଡ୍ରଇଂ ରୁମ୍ ମଧ୍ୟକୁ ଏବଂ ଅରଣ୍ୟ ବାବୁ କହିଲେ ଆଛା ମାନସ କାଲି ମୋର ଟିକେ ମାନସିକ ଚିକିତ୍ସା ର ଆବଶ୍ୟକ ଅଛି । ମୋତେ ଲାଗୁଚି ମୋର ମାନସିକ ଭାରସାମ୍ୟ ମୁଁ ଦିନକୁ ଦିନ ହରାଇ ବସୁଛି ତେଣ୍ଟୁ ତୁମେ ଟିକେ ଡାକ୍ତର ସଂଗୀତା ଅଗ୍ରୱାଲା ଙ୍କ ସହିତ ପରାମର୍ଶ କରି କୁହ କେବେ ଫ୍ରି ଅଛନ୍ତି ଏବଂ ମୁଁ ତାଙ୍କୁ କୁହ ମୋତେ ଟିକେ ଆସି ଚେକ ଅପ୍ କରିବେ ।
_ଆରେ କିନ୍ତୁ କାହିଁକି ?
କଣ ହେଇଛି ତୋର ଅରଣ୍ୟ ?
_ କଣ ଆଉ ହେବ । ମୋତେ ନିଜକୁ କେମିତି କେମିତି ଲାଗୁଛି। ମୋର ଘୋର ପରିବର୍ତ୍ତନ ହେଇଛି । ଆଗକୁ ସିଙ୍ଗାପୁର ରୁ ମିଷ୍ଟର ଅଜେୟ ସିଂ ଆସିବେ । ତାଙ୍କ ଆଗରେ ମୁଁ ଯଦି କିଛି ଏପଟ ସେପଟ କଥା ହୁଏ ତେବେ କଣ ହେବ । ହାତରୁ ଅକାରଣ ରେ ଗୋଟେ ବଡ଼ ପ୍ରୋଜେକ୍ଟ ଚାଲିଯିବ ତେଣୁ ମୁଁ ରିସ୍କ ନେବାକୁ ଚାହୁଁ ନାହିଁ ।
_ ଠିକ୍ ଅଛି । କାଲି ସକାଳେ ମୁଁ ତାଙ୍କ ପରାମର୍ଶ ନେବି । ଆଜି ମେସେଜ କରି ଦେଉଛି ଯଦି ସେ କାଲି ଫ୍ରି ଥିବେ ଅବଶ୍ୟ ଆସିବେ ।
ମନୋବିଜ୍ଞାନ ର ପ୍ରତିଷ୍ଠିତ ଡାକ୍ତର ସଂଗୀତା ଅଗ୍ରୱାଲା। ବୟସର ଅପରାହ୍ନ ରେ ପହଞ୍ଚିଥିଲେ ମଧ୍ୟ ଆଜି ବି ସେ ଖୁବ ସୁନ୍ଦର ଏବଂ ସ୍ମାର୍ଟ ଲାଗୁଛନ୍ତି କାରଣ ସେ ତାଙ୍କର ମନକୁ କେବେ ବୁଢ଼ୀ ହେବାର ଶଙ୍କା ରେ ନେଇ ନାହାନ୍ତି । ସାରା ଦିନ ମାନରୋଗୀଙ୍କ ସେବାରେ ମନ ନିବୃତ କରି ଏମିତି ଅବିବାହିତ ରହି ସେବା କରୁଛନ୍ତି । କିନ୍ତୁ ଆଜି ସେ ଯେତେବେଳେ ଜାଣିଲେ ଯେ ତାଙ୍କର ଜଣେ ଅତି ନିକଟତର ଏବଂ ପ୍ରସିଦ୍ଧ ବ୍ୟବସାୟୀ ବନ୍ଧୁ ଦୋନ୍ଦ ରେ ଅଛନ୍ତି ସେ ତୁରନ୍ତ ସମସ୍ତ କାର୍ଯ୍ୟକୁ ସ୍ଥଗିତ କରି ସକାଳ ୭ଟା ରେ ଆସିବାକୁ ଖବର ଦେଲେ ।
ଡାକ୍ତର ସଂଗୀତା ଅଗ୍ରୱାଲା ଙ୍କ ଖବର ପାଇ , ମାନସ ବାବୁ କହିଲେ ଆଛା କାଲି ଡାକ୍ତର ଆସିବେ ତୁମେ ପ୍ରସ୍ତୁତ ରୁହ ।
କ୍ରମଶଃ...
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।