SS Publication
SS Publication
June 17, 2025 at 06:54 PM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ୬୮ #ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025 (ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ)    ସକାଳର ସୁନେଲି କିରଣରେ ଅନନ୍ୟାଙ୍କ ଆଖି ଖୋଲି ଯାଇଛି । ବର୍ଷାର ଟିପି ଟିପି ଛିଟା ଗୁଡାକ ଝରକା କାଚରେ ଲାଗି ଭାରି ସୁନ୍ଦର ଲାଗୁଛି । ଲନରେ ଥିବା ଅର୍କିଟ ଫୁଲର ମହକ ସହିତ ତାର ଅଭିମାନୀନି ଚାହାଣୀ ଟା ଅନନ୍ୟା ଙ୍କ ମନକୁ ମୋହୁଛି କିନ୍ତୁ ସେ ଗୁଡ ମୋର୍ଣିଂ କହିବା ପୂର୍ବରୁ ଅରଣ୍ୟ ନିଜ ବେଡ଼ ଛାଡ଼ି ଚାଲିଯାଇଛନ୍ତି । ଅନନ୍ୟା ଟିକେ ମୁରୁକି ହସି ରାତ୍ରିର ସେହି ପ୍ରେମର ଅବିଭୂତି କୁ ସ୍ମୃତି ରେ ଅନୁଭବ କରିଛନ୍ତି । ଠିକ ସେହି ସମୟରେ ଗନ୍ଧର୍ବ କାକା ଆସି କହିଲେ ବୋହୂ ମାଆ ଶୁଭ ସକାଳର ଶୁଭେଚ୍ଛା । ଏଇ ଆପଣକଂ ପାଇଁ ଗରମା ଗରମ ଚାହା...!! ଏପଟେ ବେଡ଼ ଟି' ପିଇବା ପରେ ଅରଣ୍ୟ ବାବୁ ଏବଂ ମାନସ ବାବୁ ଅପେକ୍ଷା କରିଛନ୍ତି ଡାକ୍ତର ସଂଗୀତା ଅଗ୍ରୱାଲା ଙ୍କ ଆସିବା ବାଟକୁ ଠିକ୍ ସେହି ସମୟରେ ମାନସ ବାବୁ କହିଲେ , ବୁଝିଲୁ ଅରଣ୍ୟ ଗୋଟେ କଥା ପଚାରିବି ତୁ ସତ କହିବୁ କି ? ଅରଣ୍ୟ ବାବୁ କହିଲେ ହଁ , ପଚାରି ପାରିବୁ ଭାଇ । ତୁ ମୋର ଭାଇ , ସାଙ୍ଗ , ବନ୍ଧୁ ପରିଜନ । ଏମିତି ପଛଘୁଂଚା କେବେଠାରୁ ଦେବା ଶିଖିଲୁଣୀ । ଯାହା ମନରେ ଅଛି ବିନା ଅନୁମତିରେ ପଚାରିପାରିବୁ! ଏଇଟା ସତ ଅରଣ୍ୟ , କିନ୍ତୁ ମୋ ଜୀବନରେ ପ୍ରଳୟ ଆସି ଗଲାଣି । ତୁ ଆଡଲଫ ହିଟଲର ଆଉ ତୋ ସ୍ତ୍ରୀ ଅନନ୍ୟା ସେ ଝା°ନ୍ସୀ ରାଣୀ ଲକ୍ଷ୍ମୀବାଇ ଆଉ ମୁଁ ବିଚରା ଏକଛତ୍ରବାଦୀ ଶାସକ, ହିଟଲରଙ୍କ ଗୁରୁ ତଥା ବନ୍ଧୁ ବେନିତୋ ମୁସୋଲିନି। ହଁ ତୁ ଏଇଟା କହିପାରୁ ଯେ ସେତେବେଳେ ମୁସୋଲିନୀ ଙ୍କ ପ୍ରେମିକା କ୍ଲାରେଟା ପାଖରେ ଥିଲେ ଆଉ ଏବେ ମୋ ପାଖରେ ନା ଅଛି ପ୍ରେମିକା ନା ସ୍ତ୍ରୀ । ଏମିତିରେ ମୋତେ ଭୟ ଲାଗୁନି ତୋ ସ୍ତ୍ରୀ ଅନନ୍ୟା ଙ୍କୁ ଦେଖି କିନ୍ତୁ ତାଙ୍କର ଯେଉଁ ତେରଛା ଚାହାଣୀ ନା ତାକୁ ଦେଖିଲେ ମୁଁ ମୁହଁ ତଳକୁ କରିଦିଏ ।   ମାନସ ବାବୁଙ୍କ କଥା ଶୁଣିବାପରେ ପ୍ରଥମ ଥର ପାଇଁ ହସି ପକାଇଲେ ମିଷ୍ଟର ଆଡଲଫ ହିଟଲର ଅରଣ୍ୟ ରାଏ ବାହାଦୁର । ତାଙ୍କ ହସର ମହଲରେ ସାରା ରାଇବହାଦୁର ମେନ୍ସନ ଟା ହସରେ ଫାଟି ପଡିଲା । ଏହା ଦେଖି ଅନନ୍ୟା ବେଡ଼ ରୁମ ରୁ ବାହାରି ଆସିଲେ । ଠିକ୍ ସେହି ସମୟରେ ମାନସ ବାବୁ କହିଲେ ଦେଖ ଅରଣ୍ୟ ଏଇ ଜୀବନରେ ଏମିତି ଖୁସିରେ ରହିବା ଆବଶ୍ୟକ । ତାପରେ ମାନସ ବାବୁ କହିଲେ ଅରଣ୍ୟ ତୁ ଯାହା ବି କୁହ , ତୁ ଏବେ ଅନନ୍ୟା ଭାଉଜଙ୍କ ପ୍ରେମରେ ପଡିଛୁ। _ ନାଁ ... ନାଁ , ପ୍ରେମ ପୁଣି ମୁଁ ..! ଅସମ୍ଭବ ..! କିନ୍ତୁ କାହିଁକି କେଜାଣି ମୁଁ ତାଙ୍କର ସମସ୍ତ କଥାକୁ ବଡ଼ ସରଳତା ସହିତ ମାନି ନେଉଛି । _ ଆରେ ମାନି ନେଇଛି କଣ ..? ତୁ ବାଧ୍ୟ ମାନିବା ପାଇଁ । ସେ ଜୀବନର କିଛି ମୂଲ୍ୟ ହିଁ ନଥାଏ ଯଦି ଅନ୍ୟର ଉପକାରରେ ନ ଆସେ,ସେ ରୂପର କିଛି ମୂଲ୍ୟ ହିଁ ନଥାଏ ଯଦି ଗୁଣ ନଥାଏ,ସେ ବିଦ୍ୟାର କିଛି ମୂଲ୍ୟ ହିଁ ନଥାଏ ଯଦି ବିନମ୍ରତା ନଥାଏ,ସେ ଅସ୍ତ୍ରର କିଛି ମୂଲ୍ୟ ହିଁ ନଥାଏ ଯଦି ସାହାସ ନଥାଏ,ସେ ଖାଦ୍ୟର କିଛି ମୂଲ୍ୟ ହିଁ ନଥାଏ ଯଦି ପେଟରେ ଭୋକ ନଥାଏ। ସେ ଧନର କିଛି ମୂଲ୍ୟ ହିଁ ନଥାଏ ଯଦି କାହାର ସାହାଯ୍ୟରେ ନଆସେ । ସେ ହୃଦୟର କିଛି ମୂଲ୍ୟ ନଥାଏ ଯଦି ସେ ପ୍ରେମରେ ପଡ଼ିନଥାଏ । ଅରଣ୍ୟ ଏବଂ ମାନସଙ୍କ କଥାବାର୍ତ୍ତା ହେବା ସମୟରେ ଧିରେ ଧିରେ ଗାଡିରୁ ଓହ୍ଲାଇ ଭିତରକୁ ପ୍ରବେଶ କରିଲେ ସାଇକ୍ରାଷ୍ଟିଷ୍ଟ ଡଃ ସଂଗୀତା ଅଗ୍ରୱାଲା।ଭିତରେ ପ୍ରବେଶ କରିବା ପରେ କହିଲେ ଆରେ ଭାଇ କଣ ହେଇଛି ଯେ ,ମୋତେ ଏମିତି ସକାଳୁ ସକାଳୁ ଡାକି ହଇରାଣ କରୁଛୁ । _ କିଛି ନାହିଁ ଡଃ ସଂଗୀତା । ଏମିତି ଟିକେ ...!! ଡଃ ସଂଗୀତାଙ୍କୁ ଦେଖି ମାନସ ବାବୁ କହିଲେ , ଆଛା ଡକ୍ଟର ଆପଣ କହିଲେ , ଜଣେ ପୁଅ ଜଣେ ଝିଅର ବାରମ୍ବାର ଯତ୍ନ ନେବା , ତାର ସୁଖ , ଦୁଃଖକୁ ଆବୋରି ତାର ପ୍ରତ୍ୟେକ କାର୍ଯ୍ୟ କଳାପ୍ ରେ ଧ୍ୟାନ ଦେଇ ତାର କଥା ଶୁଣିବା ଏବଂ ମାନିବା କଣ ପ୍ରେମ ନୁହେଁ ?    ଠିକ କହିଲେ ମାନସ ବାବୁ । ଆରେ ଭାଇ ମୁଁ ଜଣେ ସାଇକ୍ରାଷ୍ଟିଷ୍ଟ ଡକ୍ଟର । ଏହି ସବୁ ଲକ୍ଷଣ କେବଳ ପ୍ରେମର । କିନ୍ତୁ ମୁଁ କିଛି ପ୍ରଶ୍ନ ପଚାରିବା ପରେ ଏହାର ସଠିକ୍ ଉତ୍ତର ତ ନୁହେଁ କିନ୍ତୁ ଅନେକାଂଶ ରେ କହିବି ଠିକ୍ । ତାପରେ ବ୍ଲଡ଼ , ସୁଗାର, ଏବଂ ବ୍ରେନ୍ ସହିତ ଅନ୍ୟାନ୍ୟ ଟେଷ୍ଟ କରିବା ପରେ ଅବଶ୍ୟ ଶତ ପ୍ରତିଶତ ଜାଣି ପାରିବି ଅସଲ ଘଟଣା କଣ ହେଇଛି । କିନ୍ତୁ ତା'ପୂର୍ବରୁ ମୋର କିଛି ପ୍ରଶ୍ନ ପଚାରିବାର ଅଛି କାରଣ ଏହି ଘଟଣା ସାମାନ୍ୟ ନୁହେଁ । ଦେଶର ଜଣେ ବିରାଟ ବିଜନେସ ଟାଇକୁନ ଆଡଲଫ ହିଟଲର ଅରଣ୍ୟ ରାଏ ବାହାଦୁର ଙ୍କ ପ୍ରେମ କାହାଣୀ ଯେଉଁ । ଏପଟେ ସାଇକ୍ରାଷ୍ଟିଷ୍ଟ ଡକ୍ଟର ମିସ୍ ସଂଗୀତା ଅଗ୍ରୱାଲା ଏବଂ ମାନସ ବାବୁଙ୍କ କଥନ ମ୍ୟାଚ୍ ହେବା ସମୟରେ ଅରଣ୍ୟ ବାବୁଙ୍କ ଚେହେରା ରେ ବଇଁଶୀ ବାଜିଲାଣି କାରଣ ତାଙ୍କ ଭଳି ଜଣେ ପଥର ହୃଦୟର ମଣିଷ ମନ ଓ ହୃଦୟ କଣ ସତରେ ଅନନ୍ୟା ଙ୍କ ପ୍ରେମରେ । ସାଇକ୍ରାଷ୍ଟିଷ୍ଟ ଡକ୍ଟର ମିସ୍ ସଂଗୀତା ଅଗ୍ରୱାଲା ପ୍ରଶ୍ନ ପଚାରିବା ପାଇଁ ପ୍ରସ୍ତୁତ ହେଲେ । ଡକ୍ଟର ସଂଗୀତା ତୁରନ୍ତ ନିଜର ଚେୟାର ଅରଣ୍ୟ ବାବୁଙ୍କ ସାମ୍ନାରେ ଆଣି ପକାଇ ବସି ପଡ଼ିଲେ । ଡକ୍ଟର ସଂଗୀତାଙ୍କ ଏଭଳି ଆଚରଣ ଦେଖି ଅରଣ୍ୟ ବାବୁ କହିଲେ ଆଛା ଡକ୍ଟର ସଂଗୀତା କିପରି କେଜାଣି ଆପଣ ଆପଣଙ୍କ ପେସେଣ୍ଟ ମାନଙ୍କୁ ଚେକ୍ ଅପ୍ କରୁଛନ୍ତି । ପ୍ରଥମତଃ ଆପଣଙ୍କ ଆସେଶମେଣ୍ଟ ଭୁଲ ଅଛି ଏବଂ ଆପଣ ଯଦି ଜାଣି ଶୁଣି କହିବେ ଯେ ମୁଁ ଅନନ୍ୟା ଙ୍କୁ ପ୍ରେମ କରୁଛି ତେବେ ତାହା ସଂପୂର୍ଣ୍ଣ ଭୁଲ । କେମିତି କେଜାଣି ସମସ୍ତ ରୋଗୀ ତୁମ ପାଖରେ ଭିଡ଼ ଜମେଇ ଦେଇଛନ୍ତି। ତାଙ୍କୁ କଣ କଟକ ଭୁବନେଶ୍ୱର ରେ ଆଉ ଡାକ୍ତର ମିଳୁ ମହାନ୍ତି ନା କଣ ? _ ଆରେ , ଚୁପ କର ଅରଣ୍ୟ । ଡାକ୍ତର ସଂଗୀତା ମୁଁ ନା ତୁ କୁହ । ଆରେ ଭାଇ ମୋ ତ୍ରିଟମେଣ୍ଟ ର ଢଙ୍ଗ କିଛି ଅଲଗା । ନଚେତ ଏମିତି ମୁଁ କଣ ଦିନକୁ ଦିନ ଫେମସ ହେଉଛି ନାଁ କଣ ? ଆଛା ତୁ କୁହ ଅରଣ୍ୟ , ଜଣେ ଚୋର କଣ କେବେ କହିବ ଯେ ମୁଁ ଚୋରି କରିଛି ବୋଲି ..! ଠିକ୍ ସେହିଭଳି ତୋର ସମସ୍ୟା । _ ହଁ , ମ୍ୟାଡ଼ାମ୍ ଡକ୍ଟର ସଂଗୀତା । ମୁଁ ଜାଣିଚି ତୁମେ ଗୋଟେ ପକ୍କା ମାଡେଇ। ପାଠ ପଢିବା ସମୟରେ ତୁ ମଧ୍ୟ ଏମିତି ଥିଲୁ ଆରୋଗେଣ୍ଟ ଏବେ ମଧ୍ୟ ଅଛୁ । ଖାଲି ଟିକେ ବୁଢ଼ୀ ହେଇ ଗଲୁଣି । ସେଥିପାଇଁ ଭାବିଲି ତୁ ମୋର ଫେମିଲି ଡାକ୍ତର ହେବାପାଇଁ ଯୋଗ୍ୟ ତେଣୁ ତୋତେ ଡାକୁଛି । ତାପରେ ବାହାର ତକ୍ଷକ ନାଗୁଣୀ ଙ୍କ ଅପେକ୍ଷା ଘର ପୋଷା ନାଗୁଣୀ ଶହେ ଗୁଣରେ ଭଲ । _ ରୁହରେ, ପୁଅ । ତୋର ସାଙ୍ଗ ଭାବି କଣ ମୋତେ ଏତେ କଥା କହିବୁ । ଆଛା କେଉଁ ଆଙ୍ଗଲ ରୁ ମୁଁ ତୋତେ ବୁଢ଼ୀ ଦିଶୁଛି କହିଲୁ ଅରଣ୍ୟ । ଆରେ ତୋ ଭଳି ପାଗଳ , ପାଗଳିଙ୍କ ସହିତ ମୋତେ ରହି ଏମିତି ଟିକେ ଯାହା ...। କ୍ରମଶଃ... ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।

Comments