SS Publication
                                
                            
                            
                    
                                
                                
                                June 20, 2025 at 05:10 PM
                               
                            
                        
                            ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ୬୯
#ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025
(ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ)
   ଡଃ ସଂଗୀତା , ମାନସ ଏବଂ ଅରଣ୍ୟ ବାବୁଙ୍କ ମଧ୍ୟରେ ଗୋଟେ ଛୋଟ କୋଲ୍ଡ ୱାର ହେବା ପରେ ମାନସ ବାବୁଙ୍କୁ ଚାହିଁ ଅରଣ୍ୟ କହିଲେ ," ଶୁଣ ମାନସ ଡଃ ସଂଗୀତାଙ୍କୁ ତାଙ୍କ ଫିସ ଦେଇ ଦିଅ । ଯାହା ହେଉ ଡାକ୍ତର ସଂଗୀତା ଏତେ ପରିଶ୍ରମ କରି ମୋ ଫୋନ୍ କଲ୍ ର ମାନ ସମ୍ମାନ ରଖି ଆସିଛନ୍ତି । କିନ୍ତୁ ଅରଣ୍ୟ ବାବୁଙ୍କ କଥାରେ ଡାକ୍ତର ସଂଗୀତା ନିଜକୁ ପ୍ରସ୍ତୁତ କରି କହିଲେ ଆଇ ନୋ ମିଷ୍ଟର ହିଟଲର , ମୁଁ ଜାଣିଛି ଯେ ଆପଣ ଖୁବ ବଡ଼ ହୃଦୟହୀନ ମଣିଷ କିନ୍ତୁ ଏହା ସତ୍ୟ ନୁହେଁ ଯେ ଆପଣକୁ ପ୍ରେମ ହେବନି । ତାପରେ ଆପଣଙ୍କୁ ପ୍ରେମ ହେବା କଥା ଜାଣିବା ପରେ ନିଶ୍ଚିନ୍ତ ଅବଶୋଷ ହେବ । ତେଣୁ ମୁଁ କିଛି ପ୍ରଶ୍ନ ପଚାରିବି ତାର ଉତ୍ତର ଦେଇ ଚାଲି ଯାଆନ୍ତୁ । 
ଅରଣ୍ୟ ବାବୁଙ୍କୁ ଏତିକି କହି , ଡାକ୍ତର ସଂଗୀତା ତାଙ୍କ ସମ୍ମୁଖରେ ପୁଣି ନିଜ ଚେୟାର ପକେଇ ବସିପଡିଲେ । ଏହା ଦେଖି ଅରଣ୍ୟ କହିଲେ କଣ ଡଃ ମିସ୍ ସଂଗୀତା ତୁମକୁ ସକାଳୁ ସକାଳୁ ମୋତେ ବୋକା ବନାଇବା ପାଇଁ ଥିଲା । ଏମିତିରେ ତୁମ ଏଇ ସାଇକ୍ରାଷ୍ଟିଟ ମାନଙ୍କୁ ମୋର ଜମା ପସନ୍ଦ ନୁହେଁ । କିଏ ଜାଣେ କେତେବେଳେ କାହାକୁ ପାଗଳ କହି ବନ୍ଦୀ ଘରେ ରଖିଦେବେ । ତଥାପି ମନ ହେଇଛି ଯେତେବେଳେ ମନକୁ ଶାନ୍ତି କର । ନହେଲେ ବୁଢ଼ୀ ଆତ୍ମା ଟା ଛଟପଟ ହେବ ଯେ ? 
   ହସ, ଗମାତ ସରିବା ପରେ ଡାକ୍ତର ସଂଗୀତା ଟିକେ ଶିରିଏସ ହେଇ ପଚାରିଲେ ଆଛା ଅରଣ୍ୟ ମୋର କିଛି ପଏଣ୍ଟ ର ଉତ୍ତର ଦିଅ ତାପରେ ମୋର ପ୍ରଶ୍ନର ଉତ୍ତର ଦେଇ ସତ ସତ କହିବ । ହଁ ଏମିତି ମୁଁ ବାଉଣ୍ଡ କରିବି ନାହିଁ। 
ଆଛା ଅରଣ୍ୟ , ତୁମକୁ କେବେ ଫିଲ ହେଇଛି ଯେ ନିଜର ଅନିଚ୍ଛା ସତ୍ତ୍ବେ ତୁମେ ତୁମର ନିଷ୍ପତି ବଦଳାଇଛ କିମ୍ବା ସ୍ତ୍ରୀଙ୍କ କଥାରେ ହେଉ ବା ତାଙ୍କର ମନକୁ କଷ୍ଟ ନଦେବା ପାଇଁ ମଧ୍ୟ ହେଉ ?
କଣ ଆପଣ ତାଙ୍କ ଆସିବା ପରେ ତୁମେ ତୁମ ନିଷ୍ପତି ରେ ସ୍ଥିର ହେଇ ପାରିନ? 
କଣ ତୁମକୁ କେବେ , ହୃଦବୋଧ ହେଇଛି ଯେ ଅନନ୍ୟା ଯାହା କହୁଛନ୍ତି ତାହା ଠିକ ଏବଂ ତୁମେ ତାଙ୍କ କଥାରେ ଉଠ ବସ ମଧ୍ୟ ହେଇଛ ..? 
ଡାକ୍ତର ସଂଗୀତା ଙ୍କ ପ୍ରଶ୍ନର ବାଣ ରେ ଅରଣ୍ୟ ବାବୁ ସଂପୂର୍ଣ୍ଣ ଚୁପ ହେଇଗଲେ କିଛି ସମୟ ପାଇଁ ଏବଂ କିଛି କହିବା ପାଇଁ ଶବ୍ଦ ପାଇଲେ ନାହିଁ । ଏହା ଦେଖି ଡାକ୍ତର ସଂଗୀତା ମୁରୁକି ହସିଲେ।  ଠିକ ସେହି ସମୟରେ ମାନସ ବାବୁ କହିଲେ , " ଆରେ ସଂଗୀତା ତମେ ଏ କିଭଳି ପ୍ରଶ୍ନ ପଚାରୁଛ କି ? ଏମିତି ଅନେକ ଘଟଣା ଏହି ମହାଶୟ କରିଛନ୍ତି। । ଏମିତି କି ଦିନେ , ଅନନ୍ୟା ଭାଉଜ ଗୋଟେ ମେସେଜ କରିଲେ ଯେ ଅରଣ୍ୟ ଆଇ ମିସ୍ ୟୁ । ଆଉ ତାପରେ କଣ କହିବି , ବାବୁ ଏକା ବେଳେ ନିଜର ମିଶନ ଛାଡ଼ି ଘରେ ହାଜର। ମୁଁ ତାକୁ ବାରମ୍ବାର କହୁଚି ଯେ ଅରଣ୍ୟ ତୁ ଏକା ଘରକୁ ଯିବୁ ଯଦି ଯାଆ କିନ୍ତୁ ବାବୁଙ୍କ ଗୋଟିଏ ଜିଦି ଯେ ତୁ ମୋର ବଡି ଗାର୍ଡ ଆଉ ମୋ ସୁରକ୍ଷା କରିବା ତୋର ଦାୟିତ୍ଵ । ତାପରେ ମୁଁ ମଧ୍ୟ ବିବଶ ହେଇଗଲି ଏବଂ ଅରଣ୍ୟ ସାଥିରେ ମୋତେ ଘରକୁ ଫେରିବାକୁ ପଡ଼ିଥିଲା । 
  ମାନସ ବାବୁଙ୍କ ଏଭଳି କଥା ଶୁଣି ଡାକ୍ତର ସଂଗୀତା ଏବଂ ଅରଣ୍ୟ ବାବୁ ହସି ଦେଲେ । ଏହା ଦେଖି ମାନସ ଯେତିକି ଆଶ୍ଚର୍ଯ୍ୟ ନଥିଲେ ତାଠାରୁ ଅଧିକ ଆଶ୍ଚର୍ଯ୍ୟ ଡାକ୍ତର ସଂଗୀତା ହେଇଗଲେ କାରଣ ଯେଉଁ ପିଲା , ପିଲା ଦିନରୁ ନେଇ ବଡ଼ ହେବା ପର୍ଯ୍ୟନ୍ତ ହସିବା ଶିଖି ନଥିଲା ଏବେ ତାରି ମୁହଁରେ ହସ । ତାପରେ ଡାକ୍ତର ଅନନ୍ୟା କହିଲେ ଆଛା ଅରଣ୍ୟ ଏବେ ମୋର ଦ୍ଵିତୀୟ ପ୍ରଶ୍ନ ର ଉତ୍ତର ଦିଅ । କଣ ତୁମେ କେବେ ଚିନ୍ତା କରିଛ ଯେ ତୁମର କୌଣସି ନିଷ୍ପତି କୁ ଅନନ୍ୟା ବିରୋଧ କରିବେ , ତାଙ୍କ ମନ ଦୁଃଖ ହେବ ଏବଂ ସେ ତୁମ ଉପରେ ବିଶ୍ୱାସ କରିବା ଛାଡ଼ିଦେବେ , ଯାହା ପୂର୍ବରୁ କେବେ ଘଟି ନଥିଲା ।
ଏଥର ମଧ୍ୟ ଅରଣ୍ୟଙ୍କ ପ୍ରଶ୍ନର ଉତ୍ତରରେ ମାନସ କହିଲେ ଆରେ ବାଃ , କଣ ପ୍ରଶ୍ନ ନକଲ ସଂଗୀତା । କିନ୍ତୁ ଦିନେ କଣ ହେଇଛି ନାଁ ଆମେ ବଣ ଭୋଜି ପାଇଁ ପ୍ଲାନ୍ କରିଥିଲୁ। ଠିକ ଏହି ସମୟରେ ଅନନ୍ୟା ଭାଉଜ କହିଥିଲେ ଡେଟିଂ ରେ ଯିବାକୁ କିନ୍ତୁ ସୁରକ୍ଷା ପାଇଁ ମୁଁ ତାଙ୍କୁ ଯିବାକୁ ମନା କରିଥିଲି କିନ୍ତୁ ଏଇ ମନୋଷ୍ଟର ଆମ ରଙ୍ଗରେ ଭାଙ୍ଗ ମିଶାଇ କହିଲା ଆରେ ଆମେ ଦୁଇଜଣ ମଧ୍ୟ ତୁମ ସହିତ ଯିବୁ କାରଣ  ତାଙ୍କ ସୁନ୍ଦରୀ ପତ୍ନୀ ଅନନ୍ୟାଙ୍କୁ ବହୁତ କଷ୍ଟ ହେଇଥିଲା ସେହି ସମୟରେ ଏବଂ ଏହା ଦେଖି କାନ୍ତ କୁମାର ଶାନ୍ତ ସରଳ ସୀମନ୍ତ ସିନ୍ଦୂର ପ୍ରାଣ ପ୍ରିୟ ଅରଣ୍ୟ ରହିବେ କିପରି  ଅନନ୍ୟାଙ୍କୁ କଷ୍ଟ ଦେଇ ତେଣୁ ବାବୁ ଆମ ସହିତ ଶତ୍ରୁତା କରି ଚାଲିଗଲେ ଜୋର୍ ଜବରଜସ୍ତ ଆମ ସହିତ । ତାପରେ ଏହି ଦୁଇଜଣଙ୍କ ସୁରକ୍ଷା କରୁ କରୁ ଆମେ ଆମର ସୁରକ୍ଷା କର୍ମରେ ଲାଗି ପଡିଲୁ। 
  ମାନସ ବାବୁଙ୍କ ଏମିତି କଥା ଶୁଣି ଅରଣ୍ୟ ଟିକେ ହସି ଜବାବ ଦେଇ ଡାକ୍ତର ସଂଗୀତା ଙ୍କୁ କହିଲେ ହଁ ଏହା ମଧ୍ୟ ସତ୍ୟ । 
ଡାକ୍ତର ସଂଗୀତା ତାପରେ ତାଙ୍କର ତୃତୀୟ ପ୍ରଶ୍ନ ପଚାରିବାକୁ ଯାଇ କହିଲେ ଆଛା ଅରଣ୍ୟ ତାଙ୍କର ଅନୁପସ୍ଥିତି କଣ ତୁମକୁ ଭୟ କରିବାକୁ ବାଧ୍ୟ କରୁଛି ? କଣ ତାଙ୍କର ଚୁପ ରହିବା ତୁମକୁ କଷ୍ଟ ଦେଉଛି ? କଣ ତୁମେ ତାଙ୍କ ଖୁସି ପାଇଁ ନିଜକୁ ବଦଲେଇ ଦେଇଛ ? ତାପରେ କଣ ତୁମେ କେବେ ଫିଲ କରିଛ ଯେ ଅନନ୍ୟା କାହା ସହିତ କ୍ଲୋଜ ହେଲେ ଏବଂ କାହା ସହିତ ଜଡିତ ରହି କଥାବାର୍ତ୍ତା କରିଲେ ତୁମ ମନରେ ଈର୍ଷା ଭାବ ପ୍ରକଟ ହେଉଛି ? 
   ଏଥର ପ୍ରଶ୍ନ ଶୁଣି ମାନସ , ଜୋର ସୋର ରେ ହସି କହିଲା , ଆରେ ବାପାରେ ତାଗଡା ପ୍ରଶ୍ନ କିନ୍ତୁ ବୁଝିଲ ସଂଗୀତା , ତୁମ ଗୁମ୍ ସୁମ୍ ସାଙ୍ଗ ଅରଣ୍ୟ କେବଳ ଈର୍ଷା କରୁ ନାହାଁନ୍ତି ବରଂ ସେ ଜଳି ପୋଡ଼ି ପାଉଁଶ ହେଉଛନ୍ତି। କାରଣ କିଛି ଦିନ ପୂର୍ବରୁ ଜଣେ ମାର୍ଶାଲ ଆର୍ଟ ଚମ୍ପିୟାନ ଆସି ଅନନ୍ୟା ଙ୍କୁ ଶିକ୍ଷା ଦେଉଥିଲେ ଆଉ ଅନନ୍ୟା ତାଙ୍କ କଥାରେ ଏବଂ କର୍ମରେ ଖୁସି ହେଇ କଥାବାର୍ତ୍ତା ହେଉଥିଲେ । କିନ୍ତୁ ବାବୁଙ୍କ ମନଟା ଭାରି ହନ୍ତ ସନ୍ତ ହେଲା ଏବଂ ସେହି ମଣିଷର ଚରିତ୍ର ସଂହାର କରି ବାବୁ କହିଲେ , "ଆରେ ଅନନ୍ୟା ସେ କୋଚ ସହିତ ଟିକେ କମ କଥାବାର୍ତ୍ତା କର କାରଣ ସେ ମଣିଷ ଟା ପୁଅ ନୁହେଁ । ସେ ଜଣେ କିନ୍ନର । ମାନେ ଛକ୍କା । ତେଣୁ ତାଠାରୁ ଟିକେ ଦୂରେଇ ରହିବ । ତାପରେ ମୁଁ ଏକଥା ଯେତେବେଳେ ଶୁଣିଲି ତାପରେ ମୋ ମାନସ ପଟ୍ଟଳ ରେ ଅନେକ ଗୁଡ଼ିଏ କାହାଣୀ ଆସିଲା । ମୁଁ ଭାବିବାକୁ ଲାଗିଲି ଯେ ଯେଉଁ ମଣିଷ ମୁହଁରେ ଦିନେ ହସ ଦେଖିବାକୁ ମିଳୁ ନଥିଲା କି ଈର୍ଷା ଆଜି ସେହି ମଣିଷ ନିଜ ସ୍ବାର୍ଥ ପାଇଁ ଜଣେ ପୁରୁଷ କୁ କ୍ଳିବ ରେ ପରିଣତ କରିଦେଲା କେବଳ ଅନନ୍ୟା ମନରେ କୌଣସି ନେଗେଟିଭ ଥଟ ନ'ଆସୁ। 
ମାନସ ବାବୁଙ୍କ କଥା ଶୁଣିବାପରେ ଡାକ୍ତର ସଂଗୀତା ମାନସ ବାବୁଙ୍କୁ କହିଲେ ଶୁଣ ମାନସ , ମୁଁ ଏହି ପ୍ରଶ୍ନ କେବଳ ଅରଣ୍ୟକୁ ପଚାରୁଛି କିନ୍ତୁ ତୁ ଏମିତି ମଝିରେ ଷଣ୍ଢ ପୁରାଉଛୁ କହିଲୁ । ମୋ ପ୍ରଶ୍ନର କିଛି ମହତ୍ତ୍ଵ ଅଛି । କାରଣ ମଣିଷ ଖରାପ ଆଚରଣ ତ୍ୟାଗ କରିବା ସଙ୍ଗେ ସଙ୍ଗେ ନିଜେ ଶୁଦ୍ଧ ହେବା ସହିତ ନିଜର ଭାଷା, କର୍ମକୁ ଶୁଦ୍ଧ କରି ଦୟା, କ୍ଷମା, ସତ୍ୟ, ପ୍ରେମକୁ ଆପଣେଇବା ଦରକାର। ଏହାଦ୍ୱାରା ଜୀବନର ସକଳ ସୁଖ ଲାଭ କରାଯାଇପାରେ। ପରିଶ୍ରମ ପାହାଚ ସଦୃଶ ହୋଇଥାଏ, ଆଉ ଭାଗ୍ୟ ଲିପ୍ଟ ସଦୃଶ, କେଉଁ ମୁହୂର୍ତ୍ତରେ ବି ଲିଫ୍ଟ ବନ୍ଦ ହୋଇଯାଇପାରେ; ହେଲେ ପାହାଚ ସବୁବେଳେ ଉଚ୍ଚ ସ୍ଥାନକୁ ହିଁ ନେଇଯାଇଥାଏ। ତେଣୁ ଜବାବ ଅରଣ୍ୟ ଦେଲେ ଠିକ୍ ହେବ ।
କ୍ରମଶଃ...
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।