
Odisha Weather Update
720 subscribers
About Odisha Weather Update
For those having any weather related queries can mail us: [email protected] Or DM & Follow us on Instagram: https://www.instagram.com/odisha_weatherman7?igsh=c3pjenhuNHN2bTA3&utm_source=qr
Similar Channels
Swipe to see more
Posts

ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ପାଇଁ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ, ବିଶେଷ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ମୟୁରଭଞ୍ଜ.. ତେବେ ଧୀରେ ଧୀରେ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣରେ ବୃଦ୍ଧି ସହିତ ଆସନ୍ତାକାଲି ଭୁବନେଶ୍ୱର ଓ କଟକ ସହର ସମେତ ଅଭ୍ୟନ୍ତରୀଣ ଓଡ଼ିଶାର ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି


Rotation of well mark low pressure area

ସୁବର୍ଣ୍ଣରେଖା ନଦୀରେ ମଧ୍ୟମ ଧରଣ ର ବନ୍ୟା ଆଶଙ୍କା!!! ବିଗତ 3 ଦିନର ଲଗାଣ ବର୍ଷା ପରେ ସୁବର୍ଣରେଖା ନଦୀ କିଛି ସ୍ଥାନରେ ବିପଦ ସଙ୍କେତ ଅତିକ୍ରମ କରିଛି, ଏହା ପ୍ରଭାବରେ ନଦୀର ତଳ ଭାଗରେ ଛୋଟ-ମଧ୍ୟମ ଧରଣର ବନ୍ୟା ଆଶଙ୍କା।


ସକ୍ରିୟ ସ୍ପଷ୍ଟ ଚିହ୍ନିତ ଲଘୁଚାପ ପ୍ରଭାବରେ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ମେଘୁଆ ପାଗ ସହିତ କିଛି ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗିରହିଛି


ଉପକୂଳ ମୁହାଁ ବାରିବାହ.. ଆଗାମୀ କିଛି ଘଣ୍ଟାରେ ଉପକୂଳ ଏବଂ ଏହାର ସଂଲଗ୍ନ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା।


ପଶ୍ଚିମବଙ୍ଗ ଉପରେ ସକ୍ରିୟ ଲଘୁଚାପ ଏହା ପ୍ରଭାବରେ ଉତ୍ତର ଓଡିଶା ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ସମ୍ଭାବନା, ବିଶେଷକରି ବାଲେଶ୍ଵର, ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା


ରଜ ଦ୍ଵିତୀୟ ଦିନରେ ମଧ୍ୟ ଗୁଳୁଗୁଳି.. ଆଜି ଅପରାହ୍ନ ପରଠାରୁ ମିଳିପାରେ ଆଶ୍ବସ୍ତି ଉତ୍ତର ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଅପରାହ୍ନ ପରଠାରୁ ରାଜ୍ୟରେ ବୃଦ୍ଧି ପାଇବ ବର୍ଷାର ବିସ୍ତୃତି। ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା


୧୯ ଯାଏଁ ଉପକୂଳ ଏବଂ ଭୁବନେଶ୍ୱର ଓ କଟକ ସହରରେ ଗୁଳୁଗୁଳିରୁ ମିଳିବନି ତ୍ରାହି.. ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଜାରି ରହିବ କାଳବୈଶାଖୀ ପ୍ରଭାବ। ବଜ୍ରପାତ ସମ୍ଭାବନା ଥିବାରୁ ଆଗାମୀ କିଛି ଦିନ ସମସ୍ତ ଦକ୍ଷିଣ-ପଶ୍ଚିମ ଓ ଉତ୍ତର ଓଡ଼ିଶାର ଚାଷୀଭାଇ ଭଉଣୀମାନେ ଅପରାହ୍ନ ସମୟରେ ଚାଷ କାର୍ଯ୍ୟରୁ ନିବୃତ ରୁହନ୍ତୁ।

କାଳବୈଶାଖୀ ଚେତାବନୀ!! ଆଗାମୀ ୨-୩ ଘଣ୍ଟା ମଧ୍ୟରେ ନୂଆପଡା, ନବରଙ୍ଗପୁର, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଯାଜପୁର ଜିଲ୍ଲାର କିଛି ସ୍ଥାନରେ ବର୍ଷା ପବନ ସହିତ ବଜ୍ରପାତ ସମ୍ଭାବନା।
